LIVE TV

ଉଭୟ ଉପର ଓ ତଳ ପଡ଼ିଆରେ ହେଉ ବାଲିଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ୱରେ ରାଜନୈତିକ ପ୍ରତିନିଧି ଦଳ

NEWS7
Baliyatra

କଟକ ୨୧।୯: ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରା କେବଳ ତଳ ପଡ଼ିଆରେ ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ବିରୋଧ ତୀବ୍ର ହୋଇଛି । କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ରାଜନୈତିକ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଚିଠି ଲେଖି ଉପର ପଡିଆରେ ଆୟୋଜନ କରିବା ପାଇଁ ନିବେଦନ କରିଛନ୍ତି । ଶହ ଶହ ବର୍ଷର ପରମ୍ପରା ବଜାୟ ରଖି ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେଇ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ କହିଛନ୍ତି ।

ଏହାସହ ଦଶହରା ଭସାଣୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କ୍ଷମତା ବଳରେ ସମୟ ବଢ଼ାଇବା ପାଇଁ ନିବେଦନ କରିଛନ୍ତି । ଆସନ୍ତା ଦଶହରା ସମୟରେ ପୂଜା ମଣ୍ଡପ ବୁଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି । ସୁକାନ୍ତଙ୍କ ସହ ବିଜେପିର ବହୁ ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଅନୁରୋଧ କରିଛନ୍ତି ।