LIVE TV

ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ କବଜାରେ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା

NEWS7
pitbash

ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା ପୋଲିସ କବଜାରେ । ବୁଧବାର ସକାଳେ ୧୨ଜଣ ଅଭିଯୁକ୍ତଙ୍କୁ ଗରିଫ କରି ଜେଲ୍ ପଠାଇବା ପରେ ରାତିରେ ଜୟପୁରର ସୁନୀଲ ହୋତାଙ୍କୁ ଉଠାଇ ଆଣିଥିଲା ବ୍ରହ୍ମପୁର ପୋଲିସ । ଆଜି ଫେରାର୍ ଅଭିଯୁକ୍ତ ବ୍ୟବସାୟୀ ସୁଦର୍ଶନ ଜେନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ସୁଦର୍ଶନ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଏବେ ଉଭୟଙ୍କୁ ପୁଲିସ ଜେରା କରୁଛି । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ଥିଲା ସୁଦର୍ଶନ।

ସୂଚନା ଥାଉକି, ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ଜଣଙ୍କୁ କୋର୍ଟ ଚାଲାଣ କରିଥିଲା । ସୁନୀଲ ହୋତା ଜୟପୁରରେ ତାଙ୍କ ଫାର୍ମ ହାଉସରେ ଦୁଇଜଣ ଅଭିଯୁକ୍ତକୁ ଆଶ୍ରୟ ଦେଇଥିଲେ ଏବଂ ଅଭିଯୁକ୍ତମାନଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିଥିବା ଗତକାଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ସରବଣା ବିବେକ ଏମ ସୂଚନା ଦେଇଥିଲେ । ପୀତବାସଙ୍କୁ ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂଆଁ ଓ ଉମା ବିଷୋୟୀ ଏବେବି ଫେରାର ଅଛି । ଉମାକୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଉମା ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।