News7 Logo

ନିଶା ମହାରଣାଙ୍କ ସହ ଫଟୋ ଉଠାଇବା ପଡିଲା ମହାଙ୍ଗା, ବଦଳିଲେ ପାଟଣା ଥାନା ଏଏସଆଇ ସରୋଜ ସେଠୀ

NEWS7
Patna ASI

ପାଟଣା ୧୪।୯: ନିଶା ମହାରଣାଙ୍କ ସହ ଫଟୋ ଉଠାଇବା ପଡିଲା ମହାଙ୍ଗା । ବଦଳିଲେ ପାଟଣା ଥାନା ଏଏସଆଇ ସରୋଜ ସେଠୀ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ତେଣ୍ଡରା ଗ୍ରାମରେ ମା’ ବିଶେଇପାଟ ଯାତ୍ରା ପାର୍ଟି ପକ୍ଷରୁ ସୋମବାର ଯାତ୍ରା ମଞ୍ଚସ୍ଥ ହୋଇଥିଲା । ମଞ୍ଚକୁ ନିଶା ମହାରଣାଙ୍କୁ ଡ଼କା ଯାଇଥିଲା । ନିଶା ମହାରଣା ମଞ୍ଚରେ ନୃତ୍ୟ କରିବା ସମୟରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଅଙ୍ଗ ପ୍ରଦର୍ଶନ କରିଥିଲେ । ନିଶାଙ୍କ ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ।

ତେବେ ଅପେରାର ଶୃଙ୍ଖଳା ରକ୍ଷା କରିବାକୁ ଯାଇଥିବା ପାଟଣା ଥାନା ଏଏସଆଇ ସରୋଜ କୁମାର ସେଠୀ ନିଶାଙ୍କ ସହ ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇଥିଲେ । ଉକ୍ତ ଫଟୋ ମୋବାଇଲରେ ଭାଇରାଲ ହେବା ପରେ ଏଏସଆଇ ସରୋଜ ସେଠୀଙ୍କୁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁ ଜିଲ୍ଲା ହେଡ୍‌କ୍ୱାର୍ଟରକୁ ବଦଳି କରିଛନ୍ତି ।

ତେବେ ଏନେଇ ଏଏସ୍‌ଆଇ ସରୋଜ କୁମାର ସେଠୀ କହିଛନ୍ତି କିଛି ଫଟୋ ବର୍ଷେ ତଳର । କେହି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ସୋସିଆଲ ମିଡିଆରୁ ନେଇ ଭାଇରାଲ କରିଥିବା ସେ କହିଛନ୍ତି । ଆଇନ ରକ୍ଷକ ହୋଇ ଜଣେ ପୋଲିସ କର୍ମଚାରୀଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।