News7 Logo

ଯିଏ ବି ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ବୁଝାସୁଝା କରିବା କଥା, ଏମିତି ଆକ୍ସନ ନେବା ଠିକ୍ ନୁହେଁ

NEWS7
Padmanava Behera

ଭୁବନେଶ୍ବର ୧୩।୯: ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା । ପ୍ରଫୁଲ୍ଲ ମଲ୍ଲିକ କିଛି ମିଡିଆରେ ମନ୍ତବ୍ୟ ଦେଇଥିବାରୁ ନିଲମ୍ବିତ ହୋଇଛନ୍ତି । କିନ୍ତୁ ଆକ୍ସନ ନେବାଟା ଠିକ୍ ହେବନି । ମୁଁ ଜମା ଆକ୍ସନ ସପକ୍ଷରେ ନାହିଁ । ଯିଏ ବି ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ବୁଝାସୁଝା କରିବା କଥା । ସରକାରରେ ରହି ଦଳ ଚଳାଇବା ଓ ବିରୋଧୀରେ ରହି ଦଳ ଚଳାଇବା ଭିତରେ ଫରକ ଅଛି । ଶଙ୍ଖ ଭବନ ଯାଇଥିଲି ନେତୃତ୍ୱ ମାନଙ୍କ ସହ ଆଲୋଚନା କରିଛି । ସଭାପତିଙ୍କ ସହ ଆଲୋଚନା କରିପାରିନି । ଦିଲ୍ଲୀରୁ ଆସିଲେ ସଭାପତିଙ୍କ ସହ ଆଲୋଚନା କରିବି । ସଭାପତିଙ୍କ ସହ ଆଲୋଚନା କରିବୁ ଛୋଟିଆ ଛୋଟିଆ ଘଟଣାରେ ଏମିତି ଆକ୍ସନ ନେବା ଠିକ୍ ନୁହେଁ । ମୋତେ ଉଚିତ ମନେ ହେଉନାହିଁ । ତାଙ୍କୁ ବୁଝାସୁଝା କରି ଦଳ ଭିତରେ ରଖାଯିବା ଦରକାର । ଶୃଙ୍ଖଳା କମିଟି ଦ୍ୱାରା ଆଲୋଚନା କରାଇ ଦଳରେ ସେମାନଙ୍କୁ ରଖି ପାରିଲେ ଦଳ ପାଇଁ ତାହା ଭଲ ହେବ । ଯେଉଁମାନେ ବି କହୁଛନ୍ତି ସେମାନେ ବାହାରେ ନ କହିଁକି ସଭାପତିଙ୍କ ସହ ଆଲୋଚନା କରିବା ଦରକାର ।  ସମସ୍ତେ ଦଳୀୟ ଶୃଙ୍ଖଳା ଭିତରେ ବି ରହିବା ଉଚିତ । ଯାହାର ମନ ଉଣା ଅଛି ସେମାନେ ସଭାପତିଙ୍କ ସହ ଆଲୋଚନା କରନ୍ତୁ । ଆଉ ସଭାପତି ଯାହାଙ୍କର ମନ ଉଣାଥିବା ଦେଖୁଛନ୍ତି ସେମାନଙ୍କୁ ଡାକି କି ନିଜ ଆଡୁ ଆଲୋଚନା କରିବା ଆବଶ୍ୟକ ରହିଛି । ତାହା ଦଳ ପାଇଁ ଶୁଭଙ୍କର ହେବ । ଆକ୍ସନ ସପକ୍ଷରେ ମୁଁ ଜମା ବି ନୁହେଁ । ଆଲୋଚନା ହେବା ଉଚିତ । ଆଲୋଚନା ମାଧ୍ୟମରେ ସବୁ କିଛିର ସମାଧାନ ହୋଇପାରିବ । ଯାହାର ବି ମନ ଉଣା ରହୁଛି ସେମାନଙ୍କ ସହ ଆଲୋଚନା କରି ଦୂର କରାଯିବା ଉଚିତ ।

ସେହିଭଳି ଏନ୍‌ ଭାସ୍କର ରାଓଙ୍କ ବିଜେଡି ଛାଡିବା ପ୍ରସଙ୍ଗରେ ପଦ୍ମନାଭ କହିଛନ୍ତି, ରାୟଗଡ଼ାରେ ଗୋଷ୍ଠୀ ବିବାଦରୁ ଏମିତି ହୋଇଛି । ଭାସ୍କର ଭାଇ ପୁରୁଣା ଲୋକ । ତାଙ୍କୁ ଆମ ନେତା ବୁଝାବୁଝି କଲେ ସେ ପୁଣି ଫେରି ଆସିବେ ବୋଲି ପଦ୍ମନାଭ ବେହେରା କହିଛନ୍ତି ।