ଅନୁଗୁଳ: ଅନଲାଇନ୍‌ରେ ନିବେଶ କରିବାକୁ କହି ଲକ୍ଷ ଟଙ୍କା ଲୁଟ୍ ମାମଲାରେ ଅନୁଗୁଳ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ବିଜନେସ ଏବଂ ପ୍ରଫିଟ୍‌ ସେଭିଂରେ ଟଙ୍କା ଲଗାଇବାରେ ପ୍ରଲୋଭିତ କରି ରାତାରାତି କୋଟିପତି ହେବାର ସ୍ଵପ୍ନ ଦେଖାଇ ଚୂନ ଲଗାଉଥିଲେ ଏହି ଠକ।

ସୂଚନା ଅନୁସାରେ, ଅନୁଗୁଳର ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୫୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏହି ଠକ। ତେବେ​ ବ୍ୟବସାୟୀ ଜଣକ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଆଉ ତଦନ୍ତରେ ବାଲେଶ୍ବର ସୋର ଅଞ୍ଚଳର ଦିଲ୍ଲୀପ କୁମାର ଲେଙ୍କା ଓ ବିଜୟ କୁମାର ଜେନାକୁ ଧରିଥିଲା। ଏହା ପରେ ମାଷ୍ଟର ମାଇଣ୍ଡ କିଙ୍ଗପିନ ମହମ୍ମଦ ନିଶାର ଆଲମକୁ ଗିରଫ କରିବା ସହ ଅନ୍ୟ ଦୁଇ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୨,୨୮,୦୦୦ ଟଙ୍କା, ସୁନାଗହଣା, ବ୍ୟାଙ୍କ ପାସବୁକ, ମୋବାଇଲ ଜବତ କରି କୋର୍ଟକୁ ପଠାଇଛି।

ତେବେ ସାଇବର ଠକ ପ୍ରତି ସତର୍କ ରହିବା ଏବଂ ଅଜଣା ଆପ୍ କିମ୍ବା ଅଜଣା ଲୋକଙ୍କ ଲିଙ୍କକୁ ମୋବାଇଲରେ ଇନଷ୍ଟଲ ନକରିବା ପାଇଁ ଅନୁଗୁଳ ଏସପି ଲୋକଙ୍କୁ ପ୍ରେସମିଟ ମାଧ୍ୟମରେ ସତର୍କ କରାଇଛନ୍ତି।