LIVE TV

ସାର ପ୍ରସଙ୍ଗରେ ଗୃହ ମଧ୍ୟଭାଗରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ, ସୋମବାର ଯାଏଁ ଗୃହ ମୁଲତବୀ

NEWS7
Odisha Assembly

ଭୁବନେଶ୍ବର ୨୦।୯: ସୋମବାର ଯାଏଁ ଗୃହ ମୁଲତବୀ । ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ସାର ପ୍ରସଙ୍ଗରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଯାହା ଫଳରେ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।

ସୂଚନାଯୋଗ୍ୟ ଯେ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ପୂର୍ବାହ୍ନରେ ଗୃହ ଚାଲିପାରିନଥିଲା । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ତେବେ ଅପରାହ୍ନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଅଧିବେଶନ ଆରମ୍ଭରେ ଦିବଂଗତ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ପ୍ରସ୍ତାବ ଆଗତ ପରେ ଗୃହରେ ହଟ୍ଟଗୋଳ ହୋଇଥିଲା। ରାଜ୍ୟରେ ସାର ସଙ୍କଟ ପ୍ରସଙ୍ଗରେ ବିଜେଡି ସଦସ୍ୟ ଗୃହରେ ହୋହଲ୍ଲାହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ହୋହଲ୍ଲା ସହ ନାରାବାଜି କରିଥିଲେ ବିରୋଧୀ ସଦସ୍ୟ । ଫଳରେ ଗୃହ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଅପରାହ୍ନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ ।