LIVE TV

ଓଡ଼ିଶା ରଣଜୀ ଦଳ ଘୋଷଣା, ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ

NEWS7
Odisha Ranji team announced

କଟକ: ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ । ପ୍ରଥମ ୩ଟି ମ୍ୟାଚ ପାଇଁ ରବିବାର ୧୫ ଜଣିଆ ଟିମ ଘୋଷଣା କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍। ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି।

ଘୋଷଣା ହୋଇଥିବା ଟିମ୍‌ରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଆଶୀର୍ବାଦ ସ୍ବାଇଁ (ୱିକେଟ୍‌କିପର), ରାଜେଶ ଧୂପର (ୱିକେଟ୍‌କିପର), ଅନିଲ ପରିଡ଼ା, ସମ୍ବିତ ଏସ୍‌ ବରାଳ, ସୁମିତ ଶର୍ମା, ବାଦଲ ବିଶ୍ବାଳ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ତାରିଣୀ ସା, ତାପସ ଦାସ। ସେହିଭଳି ଷ୍ଟାଣ୍ଡବାଏ ଖେଳାଳି ଭାବରେ ରହିଛନ୍ତି ଶାନ୍ତନୁ ମିଶ୍ର, ବିପ୍ଲବ ସାମନ୍ତରାୟ, ସୌରଭ ଗୌଡ଼, ପ୍ରଶାନ୍ତ ରଣା ଏବଂ କାର୍ତ୍ତିକ ବିଶ୍ବାଳ।

ସୂଚନାଥାଉକି, ଚଳିତ ମାସ ୧୫ ତାରିଖରୁ ଓଡ଼ିଶା ଏହାର ରଣଜୀ ଅଭିଯାନ ଆରମ୍ଭ କରିବ। ଏହି ସିଜିନରେ ମୋଟ ୭ଟି ମ୍ୟାଚ ଖେଳିବ ଓଡ଼ିଶା । ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବାକୁ ଯାଉଥିବାବେଳେ, ଏହାପରେ ମଧ୍ୟପ୍ରଦେଶ, ଜମ୍ମୁ କାଶ୍ମୀର, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ବିଦର୍ଭ, ନାଗାଲାଣ୍ଡ, ତାମିଲନାଡୁ ଓ ଝାଡ଼ଖଣ୍ଡ ସହ ମ୍ୟାଚ ରହିଛି । ତେବେ ବୁଧବାର ଓସିଏ ଘୋଷଣା କରିଥିବା ଦଳରେ ତିନି ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି।