LIVE TV

ବିହାର ବିଧାନସଭା ସହ ହେବ ନୂଆପଡା ଉପନିର୍ବାଚନ, ECI ବିଜ୍ଞପ୍ତିରୁ ମିଳିଲା ଆଭାସ

NEWS7
Politics

ଭୁବନେଶ୍ବର:  ବିହାର ବିଧାନସଭା ସହ ହୋଇପାରେ ନୂଆପଡା ଉପନିର୍ବାଚନ ।  ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ରୀୟ ପର୍ଯବେକ୍ଷକ ନିଯୁକ୍ତ କଲା ପରେ ଚର୍ଚା ଆରମ୍ଭ ହୋଇଛି। ସେପଟେ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ,ବିଜେଡି ଓ ବିଜେପି ନୂଆପଡା ଦଖଲ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏପରିକି ପ୍ରାର୍ଥୀ କିଏ ହେବ ସଂକେତ ବି ଦେଇସାରିଲେଣି।

ବିହାର ବିଧାନସଭା ସହ ହେବ ନୂଆପଡା  ଉପନିର୍ବାଚନ।  ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିରୁ ମିଳିଲା ଆଭାସ। ଏ ହେଉଛି କମିଶନ ପ୍ରକାଶ କରିଥିବା ଆଜିର ବିଜ୍ଞପ୍ତି। ଯେଉଁଥିରେ ନିର୍ବାଚନ ପାଇଁ ୪୭୦ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବା ନେଇ ଦିଆଯାଇଛି ସୂଚନା। ବିହାର ସାଧାରଣ ନିର୍ବାଚନ ଏବଂ ୭ ଉପ ନିର୍ବାଚନର ସୁପରିଚାଳନା ପାଇଁ କେନ୍ଦ୍ରୀୟ ପର୍ଯବେକ୍ଷକ ନିଯୁକ୍ତି ନେଇ ପ୍ରକାଶ କରାଯାଇଛି।  ଏଥିରେ ବିହାର ନିର୍ବାଚନ ସହ ଜାମ୍ମୁ ଓ କାଶ୍ମୀରର ବୁଡଗାମ, ନାଗ୍ରୋଟା, ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର ଘାଟଶିଳା, ତେଲେଙ୍ଗାନାର ଜୁବଲି ହିଲ୍ସ ପଂଜାବର ତରନ ତରନ, ମିଜୋରାମର ତାମ୍ବା ଏବଂ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ନେଇ ସୂଚନା ଦିଆଯାଇଛି।  ଏଥିରୁ ସୂଚନା ମିଳୁଛି ହେଉଛି ଯେ ବିହାର ନିର୍ବାଚନ ସହିତ ନୂଆପଡ଼ା ବିଧାନସଭା ଉପନିର୍ବାଚନ ହୋଇପାରେ।

ନିର୍ବାଚନ କମିଶନ ଅକ୍ଟୋବର ୬ ତାରିଖ ପରେ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ସେହି ଅନୁସାରେ ନୂଆପଡ଼ା ପାଇଁ ତାରିଖ ଘୋଷଣା ହେବ। ତାରିଖ ଘୋଷଣା ହେଲେ ଲାଗୁ ହେବ ଆଚରଣ ବିଧି। 

ତାରିଖ ଘୋଷଣା ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି-ବିଜେଡି-କଂଗ୍ରେସ ନୂଆପଡା ଦଖଲ ପାଇଁ ପ୍ରସୁତ ଆରମ୍ଭ କରିସାରିଲେଣି । ଏପରିକି ପ୍ରାର୍ଥୀ କିଏ ହେବ ସଂକେତ ବି ଦେଲେଣି । ବିଜେପି ପକ୍ଷରୁ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା. ବିଜେଡି ପକ୍ଷରୁ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ଏବଂ କଂଗ୍ରେସ ପକ୍ଷରୁ ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଦଳ ପରୋକ୍ଷରେ ସୂଚନା ମିଳୁଛି । କେବଳ ବିଦ୍ଧି ବଦ୍ଧ ଘୋଷଣାକୁ ବାକି ରହିଛି  ନୂଆପଡା ବିଜେପି ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରଭାବ ପଡ଼ିବ ବୋଲି ଦଳ ଆଶା ରଖିଛି।

ନୂଆପଡା ଆସନକୁ ନିଜ ପାଖରେ ରଖିବା ପାଇଁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ସଙ୍କେତ ଦେଇଛି।  ଜୟ ବି ଲୋକଙ୍କୁ ସାଙ୍ଗରେ ନେଇ ବୁଲା ବୁଲି ଆରମ୍ଭ କଲେଣି ।  ଦଳର କିଛି ହେଭିୱେଟ ନେତା ବି ସପୋର୍ଟ ପାଇଁ ଆସିଗଲେଣି। ବିଜେଡି କହିଛି ଲୋକେ ନବୀନଙ୍କ ପ୍ରତି ଶ୍ରଦ୍ଧା ରଖିଛନ୍ତିତେଣୁ ଶଙ୍ଖ ହିଁ ଜିତିବି।

ସେପଟେ ନୂଆପଡା ଦଖଲ ପାଇଁ କଂଗ୍ରେସ କରିଛି  ସିକ୍ରେଟ ପ୍ଲାନ। ଘାସିରାମ ମାଝୀ ନୂଆପଡା ମାଟିର ପୁଅ। ତାଙ୍କୁ ଜିତାଇବା ପାଇଁ ପ୍ରତି ପଂଚାୟତରେ ପାଦରେ ବୁଲି ଭୋଟ ମାଗିବେ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି  ୬ ଟି ଜୋନରେ ୬ଟି କମିଟି ଗଠନ କରାଯାଇଛି ବୋଲି ଭକ୍ତ କହିଛନ୍ତି। ନୂଆପଡ଼ା ତିନି ଦଳ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ କାରଣ ଏହାର ଫଳାଫଳ ଉପରେ କର୍ମୀ ରଖିଛନ୍ତି ନଜର।