ବ୍ରହ୍ମପୁର ୧୦: ଆସିଲା ବିରଳ ଅଲିଭ୍ ରିଡ୍‌ଲେଙ୍କ ପ୍ରଜନନ ଋତୁ ଏଥିପାଇଁ ବନ ବିଭାଗ ପକ୍ଷରୁ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ । ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ । ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜନନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ଏକ ଏନ୍ତୁଡିଶାଳ ସୁରକ୍ଷିତ ସ୍ଥାନ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ନଭେମ୍ବର ୧ ତାରିଖରୁ ମେ’ ୩୧ ତାରିଖ ୭ ମାସ ପର୍ଯ୍ୟନ୍ତ ନୋ ଫିସିଂ ଜୋନ ଜାରି କରାଯାଇଛି

ଋଷିକୂଲ୍ୟା ମୁହାଣ ଆର୍ଯ୍ୟପଲ୍ଲୀ ଠାରୁ ପ୍ରାୟଗି ପର୍ଯ୍ୟନ୍ତ ସମୁଦ୍ର ଭିତର ୨୦ କି.ମି. ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ମାଛ ରିବା ପାଇଁ ବାରଣ କରାଯାଇଛି । ଏହି ସମୟରେ ଅଲିଭ ରିଡେଲ ସାମୁଦ୍ରିକ କଇଁ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ହୋଇଥାଏ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଧିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସେମାନଙ୍କ ଆଗମନ ଠାରୁ ଆରମ୍ଭ କରି ଛୁଆ ମାନେ ସମୁଦ୍ରକୁ ଯିବା ର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ବନ ବିଭାଗ, ମେରାଇନ ପୋଲିସ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବ୍ରହ୍ମପୁର ଡିଏଫଓ ସୋନି ଖୋଖର କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ୧୧ଟି ସ୍ଥାନରେ ସେମାନଙ୍କ ସୁରକ୍ଷାକୁ ନେଇ କ୍ୟାମ୍ପ କରାଯିବା ସହ ସେଠାରେ ବନ କର୍ମଚାରୀମାନେ ଜଗି ରହିବେ ବୋଲି ଡିଏଫଓ କହିଛନ୍ତି । ନିର୍ଦ୍ଦେଶ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ କହିଛନ୍ତି ସମୁଦ୍ରରେ ୨୦ କିଲୋମିଟର ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଡିଏଫଓ କହିଛନ୍ତି

ଅନ୍ୟପକ୍ଷରେ ଏହି ୭ ମାସ ମତ୍ସ୍ୟଜୀବୀ ହାତବାନ୍ଧି ଘରେ ବସିବାକୁ ପଡ଼ୁଥିବାରୁ ସେମାନଙ୍କ ପରିବାର ପିଛା ସରକାରଙ୍କ ପକ୍ଷରୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଉଛି ଏହାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ମତ୍ସ୍ୟଜୀବୀ । ସେହିପରି ସାମୁଦ୍ରିକ ମତ୍ସ୍ୟଜୀବୀ ବିଭାଗ ପକ୍ଷରୁ ମାଇକ ଯୋଗେ ଏବଂ ସାମୁଦ୍ରିକ ଗାଁ ବୁଲି ଲୋକଙ୍କୁ ସଚେତନତା କରୁଛନ୍ତି ସାଗର ମିତ୍ର । ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଚେତନତା, ନୋଟିସ, ଗ୍ରାମସଭା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିବା କହିଛନ୍ତି ମତ୍ସ୍ୟ ଅଧିକାରୀ ଜିଲ୍ଲାରେ ୫୨ କି.ମି. ସମୁଦ୍ର ବେଳାଭୂମି ରହିଥିବା ବେଳେ ବଟେଶ୍ୱର ଠାରୁ ପୁରୁଣାବନ୍ଧ ଏହି ୫ କି.ମି. ମଧ୍ୟରେ ଅଲିଭ୍ ରିଡଲେଙ୍କ ଆଗମନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସମୁଦ୍ର ନିକଟରେ ଥିବା ଗାଁଗୁଡିକୁ ସଚେତନ କରାଯିବା ସହ ପାଟ୍ରୋଲିଂକୁ କଡାକଡି କରାଯାଇଥାଏ । ମିଳନ ପରେ ଋଷିକୁଲ୍ୟା ମୁହାଣରେ ଅଣ୍ଡାଦାନ ପ୍ରକ୍ରିୟା ହୋଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସରିଥାଏ । ଅଣ୍ଡାଦାନ ପରଠାରୁ ୩୦ରୁ ୪୫ ଦିନ ପରେ ଛୁଆ ବାହାରିଥାଏ । ଗୋଟିଏ ଅଲିଭ ରିଡେଲ ଏକା ଥରକେ ୧୫୦ରୁ ଅଧିକ  ଅଣ୍ଡା ଦେଇଥାଏ । ସେମାନଙ୍କ ଆଗମ ଠାରୁ ଆରମ୍ଭ କରି ଛୁଆ ସମୁଦ୍ରକୁ ଗଲା ର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଏବେ ଜିଲ୍ଲା ପ୍ରଶାସନ ହାତରେ । ​​​​​​​