ପୁରୀ: ସନାତନ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଗୋବର୍ଦ୍ଧନ ପୀଠ ପୁରୀ ପୀଠାଧିଶ୍ୱର ଶ୍ରୀମଦ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋ ହତ୍ୟା ପ୍ରସଙ୍ଗରେ କେନ୍ଦ୍ର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ୱର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୋ ହତ୍ୟା ସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି।

ସେ କହିଛନ୍ତି ଯେତେବେଳେ ଗୁଜୁରାଟରେ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଗୋ ହତ୍ୟା ରୋକିବାକୁ ନାରା ଦେଇଥିଲେ। ବିଜେପି ବିରୋଧୀ ଦଳର ଭୂମିକାରେ ଥିଲା। ସେତେବେଳେ ଗୋ ହତ୍ୟା ରୋକିବାକୁ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଚାପ ପକାଇଥିଲେ। କିନ୍ତୁ ଏବେ ତାଙ୍କ କଥା ପ୍ରଧାନମନ୍ତ୍ରୀଙ୍କୁ ଖରାପ ଲାଗିପାରେ କିନ୍ତୁ ସତ କଥା ହେଉଛି ଏ ସରକାର ବି ଗୋ ହତ୍ୟାକରୀଙ୍କୁ ସପୋର୍ଟ କରୁଛନ୍ତି। ବାହାର ଦେଶକୁ ଗାଈ ଗୋରୁ ପଠାଉଛନ୍ତି କହି କଡ଼ା ସମାଲୋଚନା କରିଛନ୍ତି ।

ଇସ୍କନ ଅଦିନିଆ ରଥ ଯାତ୍ରା ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ ମତ ରଖିଛନ୍ତି। କହିଛନ୍ତି ଇସ୍କନକୁ ପ୍ରଥମେ ପ୍ରଶୟ ଦିଆଗଲା। ତେଣୁ ସେମାନେ ଏବେ ମୁଣ୍ଡରେ ବସିଛନ୍ତି। ପ୍ରଥମେ ପ୍ରଶଂସା କରାଯାଉଥିଲା। ଆଜି ତାର ପରିଣାମ ଦେଖିବାକୁ ମିଳୁଛି। ଏହାର ପ୍ରତିକାର ବି କରାଯିବା ଉଚିତ୍ ବୋଲି କହିଛନ୍ତି।  ସେହିପରି ସୂର୍ଯ୍ୟପରାଗ ସମୟରେ ଶ୍ରୀମନ୍ଦିର ଖୋଲା ରହିବା ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମନ୍ଦିର ପ୍ରଶାସନ ମାନୁ ନଥିବା କହିଛନ୍ତି। ମନ୍ଦିର ତରଫରୁ କେହି ପରାମର୍ଶ ନେବାକୁ ତାଙ୍କ ପାଖକୁ ଆସୁ ନାହାଁନ୍ତି ବୋଲି କହିଛନ୍ତି । ଅନ୍ୟପଟେ ପାଞ୍ଜି ରେ ରହୁଥିବା ବିଭ୍ରାନ୍ତିକର ତିଥି କୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

ସେ କହିଛନ୍ତି, ଜ୍ୟୋତିଷ ବି ବେର ଅଙ୍ଗ। ଏହାର ଗୁରୁତ୍ଵ ଅଛି। କିନ୍ତୁ କିଛି ଜ୍ୟୋତିଷ ବି ବାହାରୁ ଦେଶରୁ ଥାଇ ପାଞ୍ଜି ତିଆରି କରୁଛନ୍ତି। ଯେଉଁଥି ପାଇଁ ଅସୁବିଧା ସୃଷ୍ଟି ହେଉଛି ବୋଲି ମତ ରଖିଛନ୍ତି। ଏହାଛଡା ଶହ ଶହ ବର୍ଷ ଧରି ଅନ୍ୟ ଧର୍ମର ଚାପରେ ନପଡ଼ି ଓ କଠିନ ପରିସ୍ଥିତିରେ ହିନ୍ଦୁ ଧର୍ମକୁ ବଦଳେଇ ନାହାନ୍ତି ତାଙ୍କୁ ଧନ୍ୟବାଦ୍ ଦେଇଛନ୍ତି। ହିନ୍ଦୁ ରାଷ୍ଟ୍ର କେବେ ହେବ ପ୍ରଶ୍ନର ଉତ୍ତର ରେ କହିଛନ୍ତି ଯେ ଭାରତ ନିଶ୍ଚିତ ହିନ୍ଦୁରାଷ୍ଟ୍ର ହେବ। ସମସ୍ତ ସନାତନିଙ୍କ ସହଯୋଗ ଆବଶ୍ୟକ ଅଛି ବୋଲି କହିଛନ୍ତି।