News7 Logo

ଇସ୍ତଫା ଦେଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ବିକ୍ଷୋଭକାରୀଙ୍କ ଦ୍ୱାରା କବଜାରେ ସଂସଦ ଭବନ

NEWS7
oli

ନେପାଳରେ ବାଂଲାଦେଶ ଘଟଣାର ପୁନରାବୃତ୍ତି । ଶେଷରେ ଇସ୍ତଫା ଦେଲେ କେପି ଓଲି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଓଲି । ସନ୍ଧ୍ୟା ସୁଦ୍ଧା ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ। ସେପଟେ ବିକ୍ଷୋଭକାରୀଙ୍କ ଦ୍ୱାରା କବଜାରେ ସଂସଦ ଭବନ । ନିୟନ୍ତ୍ରଣ ବାହାରେ ଥିବା ପ୍ରଦର୍ଶନକାରୀମାନେ ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି। ନେପାଳରେ ସଂସଦରେ ପ୍ରବେଶ କରିଥିବା ପ୍ରଦର୍ଶନକାରୀମାନେ ସେନାର ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଛନ୍ତି ।

କାଠମାଣ୍ଡୁ ବିମାନବନ୍ଦରର ସୁରକ୍ଷା ବଢାଯାଇଛି । ସହରର ପରିସ୍ଥିତି କ୍ରମାଗତ ଭାବରେ ଅନିୟନ୍ତ୍ରିତ ହେଉଛି। ପୂର୍ବରୁ ସେନା କହିଥିଲେ ​​ଯେ ପ୍ରଧାନମନ୍ତ୍ରୀ ଚୌକି ନ ଛାଡିବା ପର୍ଯ୍ୟନ୍ତ ଦେଶର ପରିସ୍ଥିତି ସ୍ଥିର ହେବ ନାହିଁ। ଇସ୍ତଫା ପରେ, କେପି ଓଲିଙ୍କୁ ସେନା ସୁରକ୍ଷିତ ରଖିଛି । ଓଲି ଦୁବାଇ ପଳାଇଯିବେ ବୋଲି ଚର୍ଚ୍ଚା ହେଉଛି । କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ହିଂସା ଏବଂ ଅସ୍ଥିରତା ମଧ୍ୟରେ ରାଜନୈତିକ ସଙ୍କଟ ଗଭୀର ହେଉଛି। 

ନେପାଳରେ, ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୋଧରେ ଯୁବକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ପରେ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଥିଲେ । କିନ୍ତୁ ଯୁବପିଢ଼ିଙ୍କ ମଧ୍ୟରେ କ୍ରୋଧ ଏବଂ ଅସନ୍ତୋଷ ଏବେ ବି ରହିଛି। ସେମାନେ ଏଠାରେ ପୋଡ଼ାଜଳା ଏବଂ ଭଙ୍ଗାରୁଜା କରୁଛନ୍ତି । ବର୍ତ୍ତମାନ ବି ସହରରେ କର୍ଫ୍ୟୁ ଜାରି ରହିଛି ।
​​​​​​​