LIVE TV

ଦୁଇଥର ବିଶ୍ୱକପ ବିଜେତା ଲିସା କେଟଲୀ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ

NEWS7
Mumbai Indians

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ତଥା ଦୁଇ ଥର ବିଶ୍ୱକପ୍ ବିଜେତା ଲିସା କେଟଲୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି।୧୯୯୭ ଏବଂ ୨୦୦୫ରେ ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜେତା ଦଳରେ ସାମିଲ ଥିବା କେଟଲୀ ମହିଳା କ୍ରିକେଟର ସବୁଠାରୁ ସମ୍ମାନିତ ପ୍ରଶିକ୍ଷକମାନଙ୍କ ମଧ୍ୟରୁ ଅନ୍ୟତମ। ନିଜର ଚମତ୍କାର ଖେଳ କ୍ୟାରିଅର ତଥା ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଶ୍ରେଷ୍ଠ ବିଶ୍ୱ ଲିଗଗୁଡିକରେ ପ୍ରଶିକ୍ଷଣ ଅଭିଜ୍ଞତା ସହିତ, ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅତୁଳନୀୟ ଅଭିଜ୍ଞତା ଏବଂ ଦୃଷ୍ଟିକୋଣ ଆଣିବେ।

ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳ ପୂର୍ବରୁ ହିଁ ଡବ୍ଲୁପିଏଲ ଇତିହାସର ସବୁଠାରୁ ସଫଳ ଦଳ ଭାବରେ ମାତ୍ର ତିନୋଟି ସିଜନରେ ଦୁଇଟି ଚାମ୍ପିଅନସିପ୍ ଜିତିଛି। ମୁମ୍ବାଇ ଇଣ୍ଡିଆନ୍ସ ୨୦୨୩ ଏବଂ ୨୦୨୫ ରେ ଡବ୍ଲୁପିଏଲ ଚାମ୍ପିଅନ୍ ରହିଥିଲା। ଏହି ଅବସରରେ ଖୁସି ପ୍ରକାଶ କରି ନୀତା ଏମ୍. ଅମ୍ବାନୀ କହିଛନ୍ତି, "ଆମେ ଲିସା କେଟଲୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ସ୍ୱାଗତ କରି ବେଶ ଆନନ୍ଦିତ। ଲିସା ତାଙ୍କ ଉତ୍ସାହ ସହିତ ଅନେକ ପିଢ଼ିର କ୍ରିକେଟ୍ ପ୍ରଶଂସକଙ୍କୁ ଅନୁପ୍ରାଣିତ କରିଛନ୍ତି। ତାଙ୍କ ଆଗମନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ରୋମାଞ୍ଚକର ନୂତନ ଅଧ୍ୟାୟ କାରଣ ଆମେ ଆହୁରି ଉଚ୍ଚକୁ ଉଠିବାକୁ ପ୍ରସ୍ତୁତ ରହିଛୁ।"

ଲିସା କେଟଲୀ କହିଛନ୍ତି, "ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଏକ ସମ୍ମାନର ବିଷୟ। ଏହା ଏଭଳି ଏକ ଦଳ ଯାହା ଡବ୍ଲୁପିଏଲରେ ଅନେକ ମାନକ ସ୍ଥାପିତ କରିଛି। ଆମର ସଫଳତାକୁ ଆଗକୁ ବଢ଼ାଇବା ତଥା ପଡିଆ ଭିତରେ ଏବଂ ବାହାରେ ନୂତନ ପିଢ଼ିକୁ ପ୍ରେରଣା ଦେବା ଜାରି ରଖିବା ପାଇଁ ମୁଁ ଦଳ ସହିତ କାମ କରିବାକୁ ଅପେକ୍ଷା ବେଶ ଉତ୍ସାହିତ ରହିଛି।"

କେଟଲୀ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମହିଳା ଦଳର ପ୍ରଶିକ୍ଷକ ରହିଛନ୍ତି। ସେ ଇଂଲଣ୍ଡର ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶିକ୍ଷକ ହେବାରେ ପ୍ରଥମ ମହିଳା ଥିଲେ। ତାଙ୍କର ଡବ୍ଲୁବିବିଏଲ, ଦି ହଣ୍ଡ୍ରେଡ଼ ଏବଂ ଡବ୍ଲୁପିଏଲରେ ଫ୍ରାଞ୍ଚାଇଜ୍ ପ୍ରଶିକ୍ଷଣ ଅଭିଜ୍ଞତା ମଧ୍ୟ ରହିଛି। ଗତ ମାସରେ ଦି ହଣ୍ଡ୍ରେଡ଼ ରେ ନର୍ଦର୍ଣ୍ଣ ସୁପରଚାର୍ଜର୍ସକୁ ମହିଳା ଟାଇଟଲ୍ ବିଜୟୀ ହେବାରେ ସେ ପ୍ରମୁଖ ଭୂମିକା ନେଇଥିଲେ। କେଟଲୀ ଜଣେ ଷ୍ଟାଇଲିସ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବରେ ଜଣାଶୁଣା। ସେ ଅଷ୍ଟ୍ରେଲିଆ ପକ୍ଷରୁ ନଅଟି ଟେଷ୍ଟ, ୮୨ଟି ଦିନିକିଆ ଏବଂ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।