LIVE TV

RSSର ଶତବାର୍ଷିକୀ ସମାରୋହରେ ମୋଦି, ସ୍ବତନ୍ତ୍ର ଡାକ ଟିକଟ୍ ଓ କଏନ ଉନ୍ମୋଚିତ

NEWS7
RSS

ନୂଆଦିଲ୍ଲୀ ୦୧/୧୦:​​​​​​​ଦେଶ ଗଠନରେ  RSSର ଭୂମିକା ଅତୁଳନୀୟ । RSSର ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ସାମିଲ ହୋଇ ଏପରି ବିବୃତ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ଶହେ ବର୍ଷ ପୂରଣ କରିଛି RSS । ସେଥିପାଇଁ  ନୂଆଦିଲ୍ଲୀ ସ୍ଥିତ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ସେଠାରେ  ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇ ସ୍ବତନ୍ତ୍ର ଡାକ ଟିକଟ ଓ କଏନ ଉନ୍ମୋଚନ କରିଥିଲେ । ଦେଶ ଗଠନରେ  RSSର ଭୂମିକାକୁ ବେଶ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । କହିଥିଲେ ଶହେ ବର୍ଷରେ ଦେଶର ସବୁ ବର୍ଗକୁ ସ୍ପର୍ଶ କରିଛି ସଂଘ । ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛି ସଂଘ । ଆଦିବାସୀ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ବି କାମ କରୁଛି । ସମାଜକୁ ସମୃଦ୍ଧ କରିବାରେ ସଂଘର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ସଂଘର ମୁଖ୍ୟ ଉଦ୍ଦେଶ୍ୟ  ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।୧୯୨୫ ମସିହାରେ ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କ ଦ୍ବାରା ମହାରାଷ୍ଟ୍ରରେ ନାଗପୁରରେ ପ୍ରତିଷ୍ଠା ହୋଇଥିଲା RSS ବା ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ।