News7 Logo

ପାର୍ବଣ ପୂର୍ବରୁ ପିପିଲି ପୋଲିସକୁ ଚ୍ୟାଲେଞ୍ଜ : ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

NEWS7
Loot

ପିପିଲି ୧୪।୯: ପାର୍ବଣ ପୂର୍ବରୁ ପିପିଲି ପୋଲିସକୁ ଚ୍ୟାଲେଞ୍ଜ । ପିପିଲି ଟୋଲଗେଟ୍ ନିକଟ ଜଇସପାଟଣା ଛକ ଠାରେ ଥିବା ଏମ୍ ଏସ୍ କଲର ପ୍ଲସ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ରଙ୍ଗ ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ ।

ଶନିବାର ରାତିରେ ଏକ ପିକ୍ଅପ୍ ଭ୍ୟାନ୍‌ରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଦୋକାନ ତାଲା ଭାଙ୍ଗି ଚୋରି କରି ନେଇଥିବା CCTV ଫୁଟେଜରୁ ସ୍ପଷ୍ଟ ଜଣାପଡିଛି । ରବିବାର ସକାଳେ ଜାଣିବା ପରେ ଦୋକାନ ମାଲିକ ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି । ଜାତୀୟ ରାଜପଥ ଓ ବ୍ୟାଙ୍କ୍ ନିକଟରେ ଏଭଳି ଘଟଣା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ ।