LIVE TV

ପାର୍ବଣ ପୂର୍ବରୁ ମାତିଛନ୍ତି ଲୁଟେରା, ବ୍ୟବସାୟୀଙ୍କ ଘରୁ ଟଙ୍କା,ସୁନାଗହଣା ଲୁଟ୍

NEWS7
loot in bhubaneswer

ଭୁବନେଶ୍ବର ୨୪/୦୯: ଉପର ମହଲାରେ ପରିବାର ଲୋକ ନିଘୋଡ ନିଦରେ ଶୋଇଥିଲେ । ତଳେ ଝରକା ତାଡି ଘରେ ଯାହା ଥିଲା ସବୁ ପୋଛି ପାଛି ନେଇଗଲେ ଲୁଟେରା ।ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି କଳାକନା ବୁଲାଉଛନ୍ତି । ମଙ୍ଗଳବାର ରାତିରେ ଲୁଟେରା ଟାର୍ଗେଟ କରିଥିଲେ ଚନ୍ଦକା ଥାନା ଅଞ୍ଚଳର  ବ୍ୟବସାୟୀ ସୂର୍ଯ୍ୟକାନ୍ତ ସମନ୍ତରାୟଙ୍କ ଘରକୁ । ପରିବାର ଲୋକ ସବୁଦିନ ପରି ଖାଇବା ପରେ  ଉପର ମହଲାକୁ ଶୋଇବାକୁ ଚାଲିଯାଇଥିଲେ । ଏପଟେ ଘରେ ଚାଲିଥିଲା ଲୁଟ୍‌ । ଝରକା ତାଡି ତଳ ମହଲାରେ ପଶିଥିଲେ ଲୁଟେରା । ରୁମରେ କେହି ନଥିବା ଦେଖି ସେମାନଙ୍କୁ ଲୁଟିବାକୁ ସୁଯୋଗ ମିଳିଗଲା । ଯାହା ଆଖିରେ ପଡିଲା ପୋଛିପାଛି ନେଇଗଲେ । ସୁନା ଅଳଙ୍କାର ଓ ନଗଦ ୧ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସକାଳେ ଉଠି ପରିବାର ଲୋକ ଘରର ଅବସ୍ଥା ଦେଖି ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।