LIVE TV

ଓସିଏସ୍‌ ପରୀକ୍ଷାରେ ଚତୁର୍ଥ ରାଙ୍କରେ ଭଦ୍ରକର ମିର୍ଜା ଫେଜ୍ ଅହମ୍ମଦ କାଦ୍ରି, ନବୋଦୟରେ ଯୁକ୍ତ ୨ରେ ବି ହୋଇଥିଲେ ଟପ୍ପର

NEWS7
OCS

ଭଦ୍ରକ ୨୭୯: ପ୍ରକାଶ ପାଇଛି ଓସିଏସ୍ ପରୀକ୍ଷା ଫଳ । ଟପ୍ ୧୦ ମଧ୍ୟରେ ଭଦ୍ରକର ମିର୍ଜା ଫେଜ୍ ଅହମ୍ମଦ କାଦ୍ରି ରହିଛନ୍ତି ।

ଭଦ୍ରକ ଜିଲ୍ଲା ପୁରୁଣାବଜାର ଶଙ୍କରପୁରର ମିର୍ଜା ଜ୍ୱାବେଦ ଇକାବଲ କାଦ୍ରିଙ୍କ ବଡ଼ ପୁଅ ହେଉଛନ୍ତି ମିର୍ଜା ଫେଜ୍ ଅହମ୍ମଦ କାଦ୍ରି । ସେ ଓସିଏସ୍ ପରୀକ୍ଷାରେ ଚତୁର୍ଥ ରାଙ୍କ ହାସଲ କରିଛନ୍ତି । ସେ ବର୍ତ୍ତମାନ ଦିଲ୍ଲୀର ଜେଏମଆଇ ବିଶ୍ଵବିଦ୍ୟାଳୟରେ ପଲିଟିକାଲ ସାଇନ୍ସରେ ପିଜି କରୁଛନ୍ତି ।

ପିଲାବେଳୁ ଶିକ୍ଷାକ୍ଷେତ୍ରରେ ବେଶ୍ ରୁଚି ରଖିଥିବା ଅହମ୍ମଦ ଭଦ୍ରକ ନବୋଦୟରେ ଯୁକ୍ତ ୨ରେ ଟପ୍ପର ହୋଇଥିଲେ । ତେବେ ଦିଲ୍ଲୀରେ ଥିବା ଅହମ୍ମଦଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଭବିଷ୍ୟତରେ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଅହମ୍ମଦ କହିଛନ୍ତି ।