News7 Logo

ମହାନଦୀରେ ବନ୍ୟା ସ୍ଥିତି ନାହିଁ, ବର୍ଷା ଆକଳନ ନେଇ ପାଣିପାଗ ବିଭାଗ ଆଲର୍ଟରେ

NEWS7
Flood Update

ଭୁବନେଶ୍ବର ୭୯: ମହାନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଲେ ବନ୍ୟା ହୁଏ । ବର୍ଷା ଆକଳନ ନେଇ ପାଣିପାଗ ବିଭାଗ ଆଲର୍ଟରେ ଅଛି । ବନ୍ୟା ହେଲେ ସବୁ ପରିସ୍ଥିତି ମୁକାବିଲା ପାଇଁ ରାଜସ୍ବ ବିଭାଗ ପ୍ରସ୍ତୁତ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ମୁଣ୍ଡଳୀରେ ବର୍ତ୍ତମାନ ୬.୧୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ମୁଣ୍ଡଳୀରେ ବନ୍ୟାଜଳ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ସାରିଛିତାପରେ କମିବକାରଣ ହୀରାକୁଦରେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି

ସେହିପରି ଆଖିଦୃଶିଆ ବର୍ଷା ହୋଇନି ମହାନଦୀ ଶାଖା ନରାଜ, କୁଶଭଦ୍ରା ଠାରେ ବିପଦ ସଂକେତ ତଳେ ରହିଛି ତେଣୁ କିଛି ଅସୁବିଧା ନାହିଁଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଅଛନ୍ତିବ୍ରାହ୍ମଣୀ ଜଳ ଯାଉଥିବା ରେଙ୍ଗାଲିର ସବୁ ଗେଟ୍ ବନ୍ଦ ଅଛିକେବଳ ବ୍ଲକରେ ୫୦ ମିମି ବର୍ଷା ହୋଇଛିଗୋଟେ ବ୍ଲକ୍‌ରେ ଯାହା ଢେଙ୍କାନାଳ ଭୁବନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ବୋଲି ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।