News7 Logo

ମନୋଜ-ମଇନାଙ୍କ ଦୋସ୍ତି...ଏମିତି ବନ୍ଧୁତାକୁ ନେଇ ଏବେ ସହରରେ ଚର୍ଚ୍ଚା

NEWS7
Manoj Maina

ପୁରୀ : ବନ୍ଧୁ ଏମିତି ଏକ ସଂପର୍କ ...ଏଥିରେ ନା ଥାଏ ବାଦ ବିବାଦ...ନା ଛନ୍ଦ କପଟ।  ଏହି ସଂପର୍କ ଦେଖେନି ଜାତି... ଧର୍ମ । ଅର୍ଥାତ୍ ବନ୍ଧୁତା କାହା ଭିତରେ ବି ହୋଇପାରେ... ଯେମିତି କି ମଣିଷ ସହ ମଣିଷ... ମଣିଷ ସହ ପଶୁ କିମ୍ବା ପକ୍ଷୀ।  ସେ ଯାହା ବି ହେଉ ନା କାହିଁକି ଖଟା ମିଠାର ଏ ସଂପର୍କ ଖୁବ୍ ଖାସ୍ଏଠି ସେମିତି ଏକ ନିଆରା ସଂପର୍କ ଦେଖିବାକୁ ମିଳିଛି ମଣିଷ ଓ ଚଢ଼େଇ ମଧ୍ୟରେ। 

ବଣି ଚଢ଼େଇ ଟେ ନାଁ ଟି ତାର ମଇନା। ପୁରୀ ମୋଚି ସାହି ଛକରେ ମନୋଜ କୁମାର ଗିରି ନାମକ ଜଣେ ପାନ ଦୋକାନୀ ରଖିଛନ୍ତି ଏହି ବଣି ଚଢେଇକୁ। ଭଲ କଥା ହେଉଛି ମନୋଜ ଚଢେଇ ବନ୍ଦୀ  ରଖି ନାହାନ୍ତି, ପୂରା ଖୋଲା ଛାଡ଼ିଛନ୍ତି।  ଚଢେଇଟି ପୂରା ସ୍ୱାଧୀନତା ପାଇଛିମନୋଜ ଏହି ବଣି ଚଢେଇକୁ କେବେ  ବାନ୍ଧନ୍ତି ନାହିଁ। ସେଥିପାଇଁ ମଇନା ମୁକ୍ତ ଆକାଶରେ ବୁଲିବା ସହ ସବୁବେଳେ ମନୋଜଙ୍କ ପାଖରେ ରହୁଥିବା ଦେଖିବାକୁ ମିଳିଥାଏ ଇଚ୍ଛା ହେଲେ  ଖୋଲା ଆକାଶରେ ବୁଲେ... ମନ ଭରିଗଲେ ଫେରିଆସେ ତା ବନ୍ଧୁ ମନୋଜଙ୍କ ପାଖକୁ। ମଜାଦାର କଥା ହେଉଛି ଚଢେଇଟିର ଖାଇବା ଶୈଳୀ...  ଦେଖୁ ନାହାନ୍ତି କେମିତି ଖାଉଛି ଏହି ମଇନା ବଣି ଚଢେଇଯିଏ ମନୋଜଙ୍କ ପାଟି ଭିତରୁ ଖୁମ୍ପି ଖୁମ୍ପି ଉପମା, ଇଟିଲି ଭଳି ବିଭିନ୍ନ ଖାଦ୍ୟ ଖାଉଛି।‌

ମନୋଜ ମଇନାଙ୍କ ଏଭଳି ଦୋସ୍ତିକୁ ନେଇ ସହରରେ ଏବେ ଜୋର ଧରିଛି ଚର୍ଚ୍ଚା ମନୋଜଙ୍କ କହିବାକଥା ମଇନା ହେଉଛି ମୋ ସାଙ୍ଗ। ମୁଁ ଯେତେବେଳେ ଖାଦ୍ୟ ଖାଏ ମଇନା ମୋ ପାଟିରୁ ଖାଦ୍ୟ ନେଇ ଖାଇଥାଏ। ରାତିରେ ଶୋଇବା ସମୟରେ ମଧ୍ୟ ମଇନା ମୋ ପାଖରେ ଶୋଇଥାଏ। ମଇନା ସହିତ ମୋର ନିବିଡ଼ ସମ୍ପର୍କ ରହିଛି ବୋଲି କହିଛନ୍ତି ମନୋଜ।

ପ୍ରକୃତରେ ଆମେ ଏଇଠି କହିପାରିବା ଯେ, ମନୋଜ ମଇନାଙ୍କ  ବନ୍ଧୁତ୍ୱ ପୂରା ଖାସ୍।  ଏତେ ନିସ୍ୱର୍ଥ ଓ ଅନାବିଳ ସ୍ନେହ ଦେଖିରେ ଖୁସି ଲାଗେ। କାହିଁକିନା ଆଜିର ଏ ସ୍ୱାର୍ଥପର ଦୁନିଆରେ  ସର୍ବ ଶକ୍ତିମାନ ଓ ବୁଦ୍ଧିମାନ ମଣିଷ ଯେଉଁଠି ମଣିଷର ହେଉନି। ସେଠି ମନୋଜ ଓ ମଇନାଙ୍କ ସଂପର୍କ ନିହାତି ଭାବେ ବିରଳ ଓ ସୁନ୍ଦର କହିଲେ ଅତ୍ୟୁକ୍ତି ହେବନି।