ପୁରୀ ୫।୯: ପୁରୀ ସମୁଦ୍ର କୂଳରେ ଲେଡି ଲୁଟେରା । ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଲୁଟ୍ ବେଳେ ଲାଇଫ ଗାର୍ଡଙ୍କ ହାତରେ ଧରା ପଡ଼ିଛି ଜଣେ ଲେଡି ଲୁଟେରା । ଏଥିସହିତ ସମ୍ପୃକ୍ତ ଲେଡି ଲୁଟେରା ଠାରୁ ହଜାର ଶହ ଟଙ୍କା ମଧ୍ୟ ଜବତ ହୋଇଛି । ଜବତ ଟଙ୍କାକୁ ଲାଇଫ ଗାର୍ଡ ମାନେ ପର୍ଯ୍ୟଟକଙ୍କୁ ଫେରାଇ ଦେଇଛନ୍ତି । ତେବେ ଲୁଟ୍ କରିବା ସମୟର ସମସ୍ତ ଭିଡିଓ ମୋବାଇଲ୍ ଫୋନ୍‌ରେ ସୁଟିଂ ହୋଇଛି ।

ଶୁକ୍ରବାର ଅପରାହ୍ନରେ କିଛି ପର୍ଯ୍ୟଟକ ସମୁଦ୍ର କୂଳ ବାଲିରେ ଶୋଇଥିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ଲୋକ ତାଙ୍କୁ ଭିକ୍ଷା ମାଗିଥିଲେ । ନିଘୋଡ ନିରେ ପର୍ଯ୍ୟଟକ ମାନେ ଶୋଇଥିବା ବେଳେ ଏହାର ଫାଇଦା ନେଇ ପର୍ଯ୍ୟଟକଙ୍କ ପକେଟରୁ ମହିଳା ଜଣକ ସମସ୍ତ ଟଙ୍କା ଲୁଟ୍ କରି ନେଇଥିବା ଦେଖିବାକୁ ମିଳିଥିଲା ।‌ ପରବର୍ତ୍ତୀ ସମୟରେ ଲାଇଫ ଗାର୍ଡ ମାନଙ୍କ ନଜରକୁ ଏହା ଆସିବା ପରେ ସମ୍ପୃକ୍ତ ମହିଳା ଜଣକ ସମସ୍ତ ଟଙ୍କା ଫେରାଇଥିଲା ।

ତେବେ ପୁରୀ ଆସୁଥିବା ପର୍ଯ୍ୟଟକ ମାନେ ଏଭଳି ଲେଡି ଲୁଟେରାଙ୍କ ଠାରୁ ସାବଧାନ ରହିବା ନିହାତି ଆବଶ୍ୟକ । ନଚେତ୍ ଆପଣ ବି କେତେବେଳେ ଲୁଟ୍ ର ଶିକାର ହୋଇ ପାରନ୍ତି । ସେପଟେ ପୋଲିସ ମଧ୍ୟ ଏଭଳି ଲେଡି ଲୁଟେରାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।