LIVE TV

ଭଡ଼ାଘରୁ ମିଳିଲା ମହିଳା ଲ୍ୟାବ୍ ଟେକ୍ନିସିଆନଙ୍କ ଝୁଲନ୍ତା ମୃତଦେହ, ୩ ମାସ ପୂର୍ବରୁ ହୋଇଥିଲା ବିବାହ

NEWS7
Balasore

ରେମୁଣା ୨୧।୯: ଭଡ଼ାଘରୁ ମିଳିଲା ମହିଳା ଲ୍ୟାବ୍ ଟେକ୍ନିସିଆନଙ୍କ ଝୁଲନ୍ତା ମୃତଦେହ । ବାଲେଶ୍ବର ଟାଉନ୍ ଥାନା ଗୋପାଳ ଗାଁରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ଟେକ୍ନିସିଆନ ଜଣଙ୍କ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ବାଲେଶ୍ବର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ କାମ କରୁଥିଲେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଟାଉନ୍ ଥାନା ଗୋପାଳ ଗାଁରେ ଭଡାଘରୁ ମହିଳା ଲ୍ୟାବ୍ ଟେକ୍ନିସିଆନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ମୃତ ଟେକ୍ନିସିଆନ ଜଣଙ୍କ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବୋଲି ଜଣାପଡିଛି ମୃତକ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ପାଥୋଲ୍ୟାବ୍‌ରେ କାମ କରୁଥିଲେ । ଗୋପାଳ ଗାଁରେ ଭଡାରେ ରହୁଥିଲେ । ଶନିବାର ବିଳମ୍ବିତ ରାତି ସମୟରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଛାରେ ମୃତ ଘୋଷଣା କରିଥିଲେ । ମାତ୍ର ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା ।‌ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ତାଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସହକର୍ମୀ । ସେ ଭଲ କାମ କରୁଥିଲେ । ତାଙ୍କ ପାଖରେ ଦକ୍ଷତା ଥିଲା । ସେ ସମୟାନୁବର୍ତ୍ତିତା ଥିଲେ । ହେଲେ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ତଦନ୍ତ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସହକର୍ମୀ କହିଛନ୍ତି ।