LIVE TV

କୁମ୍ଭ ରାଶି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ

NEWS7
Know your Horoscope for Wednesday 8th October 2025.

ମେଷ- ବାର୍ତ୍ତାଳାପରେ ସଂଯମତା ରଖିବା ଆବଶ୍ୟକ। ଜମା ହୋଇଥିବା ଧନ ହ୍ରାସ ହୋଇପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ବୃଷ- ମନରେ ଅଧୈର୍ଯ୍ୟ ଭାବନା ଆସିପାରେ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖିବା ଉଚିତ୍। ପାରିବାରିକ ଦାୟିତ୍ୱ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଚାକିରି କ୍ଷେତ୍ରରେ ଅଗ୍ରଗତିର ସୁଯୋଗ ମିଳିପାରେ। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି।

ମିଥୁନ- ଆୟରେ ବୃଦ୍ଧି ଘଟିବ। ମାଆଙ୍କଠାରୁ ଟଙ୍କା ପଇସା ମିଳିପାରେ। କଳା ଓ ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ। ଅଧିକାରୀମାନଙ୍କଠାରୁ ଆପଣ ସମର୍ଥନ ପାଇବେ।

କର୍କଟ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଦିନଟିକୁ ସକାରାତ୍ମକ ଭାବନା ସହିତ ଆରମ୍ଭ କରନ୍ତୁ।

ସିଂହ- ଆପଣଙ୍କୁ ଶୁଭ ଫଳାଫଳ ମିଳିବାର ଯୋଗ ଅଛି। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କ୍ରୋଧ ଏବଂ ଉତ୍ସାହକୁ ନିୟନ୍ତ୍ରଣରେ ରଖନ୍ତୁ।

କନ୍ୟା- ଅଷ୍ଟମ ଚନ୍ଦ୍ର ପ୍ରଭାବିତ କରିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କାହାରି ସହିତ ତର୍କ କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। ଅନାବଶ୍ୟକ ଖର୍ଚ୍ଚକୁ ହ୍ରାସ କରନ୍ତୁ।

ତୁଳା- ପାରିବାରିକ ସୁଖ ବୃଦ୍ଧି ପାଇବ। ନୂତନ ବସ୍ତ୍ର କିଣିବାର ଯୋଗ ରହିଛି। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ଅଛି। ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ।

ବିଛା- ଶାରୀରିକ ସୁସ୍ଥତା ଅନୁଭବ କରିବେ। କାମରେ ସଫଳତା ମିଳିବାର ଯୋଗ ଅଛି। ଆର୍ଥିକ ଦିଗ ମଜଭୁତ ହେବ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ଧନୁ- ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବିଦେଶ ଯାତ୍ରାର ସୁଯୋଗ ମିଳିପାରେ। ଶିକ୍ଷା କ୍ଷେତ୍ରରେ ଭଲ ଫଳାଫଳ ପାଇବେ। ବଡ଼ ଲୋକଙ୍କ ଆଶୀର୍ବାଦ ମିଳିବ।

ମକର- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କାମରେ ବାଧା ସୃଷ୍ଟି ହୋଇପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅର୍ଥ କାରବାରରେ ସତର୍କ ରୁହନ୍ତୁ। ନକାରାତ୍ମକ ଭାବନାଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ- ବନ୍ଧୁଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ନୂଆ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଭଲ।

ମୀନ- କର୍ମକ୍ଷେତ୍ରରେ ସଫଳତା ମିଳିବ। ପଦୋନ୍ନତିର ସମ୍ଭାବନା ରହିଛି। ଆପଣଙ୍କ ମାନସମ୍ମାନ ବଢ଼ିବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ସୁସ୍ୱାଦୁ ଭୋଜନ କରିବାର ଯୋଗ ରହିଛି।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682