LIVE TV

ବିଛା ରାଶି ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ, ଆର୍ଥିକ ସ୍ଥିତି ଭଲ ରହିବ

NEWS7
Know your Horoscope for Sunday 26th October 2025.

ମେଷ- ଆର୍ଥିକ ଅବସ୍ଥା ଭଲ ରହିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ପରିବର୍ତ୍ତନର ସୂଚନା ମିଳିପାରେ। ଶୁଭ କାର୍ଯ୍ୟରେ ଯୋଗ ଦେବେ। ଆଖି ସମ୍ବନ୍ଧୀୟ କୌଣସି ସାମାନ୍ୟ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ନିଜର ଆଖିର ଯତ୍ନ ନିଅନ୍ତୁ ଓ ବେଶୀ ସମୟ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ।

ବୃଷ- ବ୍ୟବସାୟ କାରବାରରେ ଉଲ୍ଲେଖନୀୟ ସଫଳତା ପାଇବେ। ନୂତନ ଯୋଜନା ପ୍ରସ୍ତୁତ କରିବା ଦ୍ୱାରା ଅଧିକ ଧନଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପ୍ରେମ ସମ୍ପର୍କରେ ମଧୁରତା ବଜାୟ ରହିବ। ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଦୂର ଯାତ୍ରା ପାଇଁ ଯୋଗ ରହିଛି।

ମିଥୁନ- ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ଆନନ୍ଦଦାୟକ ହେବ। ଏହି ମିଳନ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ। ଆର୍ଥିକ ଦିଗ ସୁଦୃଢ଼ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଘରୋଇ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ।

କର୍କଟ- ଅନାବଶ୍ୟକ ଖର୍ଚ୍ଚ ହେବା ହେତୁ ଆର୍ଥିକ ଚାପ ବଢ଼ିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଦ୍ୱାରା ପରିସ୍ଥିତି ସୁଧୁରିବ। କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। ଶତ୍ରୁମାନେ ସକ୍ରିୟ ରହିବେ। ପାରିବାରିକ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରନ୍ତୁ। ମାନସିକ ଶାନ୍ତି ପାଇଁ ଧ୍ୟାନ କରନ୍ତୁ।

ସିଂହ- ଅଜଣା ଲୋକଙ୍କୁ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ। ତେଣୁ, ଆର୍ଥିକ କାରବାରରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ କିଛି ନୂଆ ପଦକ୍ଷେପ ନେବେ। ସାମାଜିକ କ୍ଷେତ୍ରରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା- ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତା ପ୍ରତିପାଦିତ ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପରିବାରରେ ଆନନ୍ଦର ବାତାବରଣ ରହିବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଶୁଭ ଅଟେ।

ତୁଳା- ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ଅଛି। ନୂତନ ନିବେଶ ପାଇଁ ଦିନଟି ଶୁଭ ଅଟେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ମାନସିକ ଶାନ୍ତି ବଜାୟ ରହିବ। ଦୂର ଯାତ୍ରା କରିବାର ଯୋଗ ରହିଛି।

ବିଛା- ବ୍ୟବସାୟ ବା କର୍ମକ୍ଷେତ୍ରରେ କୌଣସି ନୂଆ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ହସଖୁସିର ମାହୋଲ ରହିବ। ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଧନୁ- ବନ୍ଧୁମାନଙ୍କ ସହିତ ମତଭେଦ କିମ୍ବା ଶତ୍ରୁତା ଦେଖାଦେଇପାରେ। ତେଣୁ, କଥାବାର୍ତ୍ତାରେ ସାବଧାନ ରହିବା ଉଚିତ୍। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅପରାହ୍ନରେ ଅଚାନକ ଧନପ୍ରାପ୍ତିର ଯୋଗ ରହିଛି। ମାନସିକ ଅଶାନ୍ତି ଦୂର ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ମକର- ଆୟ ବୃଦ୍ଧି ପାଇବ। ପୁରୁଣା ଋଣ ପରିଶୋଧ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ମିଳିପାରେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବିଦେଶ ଯାତ୍ରାର ଯୋଗ ରହିଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ।

କୁମ୍ଭ- ରାଶି ପାଇଁ ଘାତ ଚନ୍ଦ୍ର ରହିଥିବାବେଳେ ଆପଣ ପ୍ରଶଂସିତ ହେବେ। ଘାତ ଚନ୍ଦ୍ର ହେତୁ କାର୍ଯ୍ୟରେ ବାଧା ଆସିପାରେ, କିନ୍ତୁ ଶେଷରେ ସଫଳତା ପାଇବେ। ତଥାପି, ନିଜର ଦକ୍ଷତା ପାଇଁ ଆପଣଙ୍କୁ ସମାଜରେ ସମ୍ମାନ ମିଳିବ। ଚାକିରିରେ ପଦୋନ୍ନତିର ସମ୍ଭାବନା ଅଛି। ନୂଆ ଜିନିଷ କିଣିବା ପାଇଁ ଦିନଟି ଶୁଭ। ବନ୍ଧୁମାନଙ୍କ ସାହାଯ୍ୟ ମିଳିବ।

ମୀନ- ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ଶକ୍ତି ବୃଦ୍ଧି ହେବ। ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପ୍ରେମ ଜୀବନରେ ଆନନ୍ଦ ମିଳିବ। ଆର୍ଥିକ ସ୍ଥିତି ମଧ୍ୟମ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682