LIVE TV

ମୀନ ରାଶି ବ୍ୟକ୍ତି ଜଟିଳ ସମସ୍ୟାଗୁଡ଼ିକୁ ସମାଧାନ କରି ସଫଳ ହେବେ, ଅଟକି ରହିଥିବା ଧନ ପ୍ରାପ୍ତ ହେବ

NEWS7
Know your Horoscope for Friday 3rd October 2025.

ମେଷ- ଦିନଟିରେ କର୍ମ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ି। କାର୍ଯ୍ୟଦକ୍ଷତା ପାଇଁ ଉପରିସ୍ଥ ଅଧିକାରୀମାନଙ୍କ ଠାରୁ ପ୍ରଶଂସା ମିଳିପାରେ, କିନ୍ତୁ ମନରେ କିଛି ଅସନ୍ତୋଷ ଭାବନା ରହିପାରେ। ବ୍ୟବସାୟରେ ଲାଭ ହେବ, ମାତ୍ର ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଅଯଥା ବିବାଦରୁ ଦୂରେଇ ରହିବା ଉଚିତ୍। ଦିନରେ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ।

ବୃଷ- ଦିନଟି ତ୍ୟନ୍ତ ଶୁଭ ଓ ସକାରାତ୍ମକ ରହିବ। ଭାଗ୍ୟ ସାଥ୍ ଦେବାରୁ ଯୋଜନା କରିଥିବା ସମସ୍ତ କାର୍ଯ୍ୟରେ ସହଜରେ ସଫଳତା ପାଇବେ। ଗତ କିଛି ଦିନରୁ ଲାଗିରହିଥିବା ଚାପ କମିଯିବ। ଅନଲାଇନ୍ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ଅନ୍ୟର ବ୍ୟକ୍ତିଗତ ମାମଲାରେ ଅଧିକ ହସ୍ତକ୍ଷେପ କରନ୍ତୁ ନାହିଁ।

ମିଥୁନ- ସାହସ ଏବଂ ବୁଦ୍ଧିର ସହିତ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ କିଛି ସହକର୍ମୀଙ୍କ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟୀମାନେ ନିଜର ଭୁଲ୍ ଏବଂ ଦୁର୍ବଳତାକୁ ସମୀକ୍ଷା କରିବା ଉଚିତ୍। ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ। ଆଖି ସମ୍ବନ୍ଧୀୟ କିଛି ସମସ୍ୟା ଦେଖାଦେଇପାରେ, ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ- ଦିନଟି ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଅନୁକୂଳ ରହିବ। କାର୍ଯ୍ୟ କ୍ଷେତ୍ରରେ ସମସ୍ତ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଅପ୍ରତ୍ୟାଶିତ ସୁଯୋଗ ମିଳିବାରୁ ଆପଣ ଉତ୍ସାହିତ ହେବେ। ପିତାମାତାଙ୍କ ସହଯୋଗ ମିଳିବ ଏବଂ ବ୍ୟବସାୟରେ ବଡ଼ ନିବେଶ କରିବାର ଯୋଜନା ସଫଳ ହେବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବାର ସମ୍ଭାବନା ଅଛି।

ସିଂହ- କିଛି ସଂଘର୍ଷ ଏବଂ ବାଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବୈବାହିକ ସମ୍ପର୍କରେ ସାମାନ୍ୟ ମତଭେଦ ଦେଖାଦେବାରୁ ଶାନ୍ତିପୂର୍ଣ୍ଣ ଏବଂ ପ୍ରେମପୂର୍ଣ୍ଣ ଭାବରେ ସମୟ ଅତିବାହିତ କରନ୍ତୁ। ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖାଦେଇପାରେ। ଅଧୀନସ୍ଥ କର୍ମଚାରୀ କୌଣସି କାରଣରୁ ଅସନ୍ତୁଷ୍ଟ ରହିପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ।

କନ୍ୟା- ଆପଣଙ୍କ ଦାମ୍ପତ୍ୟ ସମ୍ପର୍କରେ ଏକ ନୂତନ ଉତ୍ସାହ ସୃଷ୍ଟି ହେବ। ଅନୁକୂଳ ସମୟର ଅନ୍ତ ହେଉଥିବାରୁ ଆପଣ ଆଶ୍ୱସ୍ତି ଅନୁଭବ କରିବେ ଏବଂ ନୂତନ ଚାକିରି ଆରମ୍ଭ କରିପାରନ୍ତି। ଅନାବଶ୍ୟକ ବିତର୍କରୁ ଦୂରେଇ ରହିବା ଉଚିତ୍। ଭବିଷ୍ୟତ ଯୋଜନା ପାଇଁ ଟଙ୍କା ଖର୍ଚ୍ଚ କରିବେ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ମନୋବଳ ବୃଦ୍ଧି କରିବ।

ତୁଳା- ନିଜ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଭାବରେ ଧ୍ୟାନ ଦେବାକୁ ପଡ଼ିବ। ପରୀକ୍ଷାମୂଳକ କାର୍ଯ୍ୟରେ ସଫଳତା ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରତି କିଛି ଅସନ୍ତୋଷ ଭାବନା ଆସିପାରେ। ଅତୀତର ଘଟଣାକୁ ନେଇ ଅଧିକ ଚିନ୍ତା ନକରି ଆଗକୁ ବଢ଼ନ୍ତୁ। ଋଣ କାରବାରରୁ ଦୂରେଇ ରୁହନ୍ତୁ।

ବିଛା- ଆପଣଙ୍କ କଠିନ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ପିଲାମାନଙ୍କର ସଫଳତାରେ ଆପଣ ଗର୍ବିତ ହେବେ। ପ୍ରେମ ସମ୍ପର୍କ ପାଇଁ ଦିନଟି ଅନୁକୂଳ ଅଛି। ବନ୍ଧୁମାନଙ୍କ ସହଯୋଗରେ ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ସମାପନ ହେବ। ଆପଣ ନିଜ ଲକ୍ଷ୍ୟ ଉପରେ ଦୃଢ଼ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ।

ଧନୁ- ନିଜର ସୃଜନଶୀଳ ଶକ୍ତିକୁ ସଠିକ୍ ଭାବରେ ଉପଯୋଗ କରିବେ। ନିଜର ଲକ୍ଷ୍ୟ ହାସଲ ପାଇଁ ଦୃଢ଼ ସଂକଳ୍ପ ନିଅନ୍ତୁ। ପାରିବାରିକ ଅଶାନ୍ତି ଦୂର ହେବାର ସମ୍ଭାବନା ଅଛି। ବ୍ୟବସାୟରେ ପ୍ରଦର୍ଶନ ଉତ୍କୃଷ୍ଟ ରହିବ। କାହାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ ଏବଂ ବିପଦପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ।

ମକର- ଚନ୍ଦ୍ର ଆପଣଙ୍କ ରାଶିରେ ରହିଥିବାରୁ ଏହି ଦିନଟି ଆପଣଙ୍କ ପାଇଁ ବହୁତ ଶକ୍ତିଶାଳୀ ଏବଂ ସକାରାତ୍ମକ ରହିବ। ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ। ପରିବାରର ସମର୍ଥନ ମିଳିବ ଏବଂ ଜଟିଳ ବିଷୟଗୁଡ଼ିକ ସହଜରେ ସମାଧାନ ହେବ। ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ ଆପଣଙ୍କ ଆଗରେ ତିଷ୍ଠିପାରିବେ ନାହିଁ। କୌଣସି ଖୁସି ଖବର ମଧ୍ୟ ମିଳିପାରେ।

କୁମ୍ଭ- ଦୈନନ୍ଦିନ ରୁଟିନ ସାମାନ୍ୟ ଅନିୟମିତ ହୋଇପାରେ ଏବଂ କର୍ମ କ୍ଷେତ୍ରରେ କିଛି ଅସୁବିଧା ହୋଇପାରେ। ଅନ୍ୟ କାହାଠାରୁ ଅଧିକ ଆଶା ରଖନ୍ତୁ ନାହିଁ। ଆପଣ ନିଜ ନିଷ୍ପତ୍ତିକୁ ଅନ୍ୟମାନଙ୍କ ଉପରେ ପ୍ରାଧାନ୍ୟ ଦିଅନ୍ତୁ ଏବଂ ସୀମିତ ଚିନ୍ତାଧାରାରୁ ବାହାରକୁ ଆସନ୍ତୁ। ନିଜର କାର୍ଯ୍ୟ ନିଜେ ସମାପନ କରିବାକୁ ଚେଷ୍ଟା କରନ୍ତୁ।

ମୀନ- ନିଜ କାର୍ଯ୍ୟଦକ୍ଷତା ଏବଂ ପ୍ରସ୍ତୁତିରେ ସନ୍ତୁଷ୍ଟ ରହିବେ। ଜଟିଳ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଆପଣ ସଫଳ ହେବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବାର ସମ୍ଭାବନା ଅଛି ଏବଂ ପୂର୍ବରୁ ଅଟକି ରହିଥିବା ଟଙ୍କା ଫେରି ପାଇପାରନ୍ତି। ଆପଣଙ୍କର ଆତ୍ମବିଶ୍ୱାସ ଆପଣଙ୍କୁ ସବୁ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବାକୁ ପ୍ରେରିତ କରିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682