LIVE TV

ସିଂହ ରାଶି ବ୍ୟକ୍ତିଙ୍କୁ ନୂଆ କାମରେ ସଫଳତା ଓ ସମ୍ମାନ ମିଳିବ, ପ୍ରେମ ସମ୍ପର୍କ ଗଭୀର ହେବ

NEWS7
Know your Horoscope for Friday 26th September 2025.

ମେଷ- କାର୍ଯ୍ୟକ୍ଷେତ୍ରରେ ଉତ୍ସାହଜନକ ରହିବ। ପରିବାରରେ ଖୁସିର ପରିବେଶ ରହିବା ସହିତ ନୂଆ କାମରେ ସଫଳତା ମିଳିବ। ଶିକ୍ଷାର୍ଥୀଙ୍କ ପାଇଁ ଏହି ଦିନ ଫଳଦାୟକ ହେବ। ସ୍ୱାସ୍ଥ୍ୟ ସାଧାରଣ ରହିଲେ ବି କିଛି କ୍ଲାନ୍ତି ହୋଇପାରେ। ଦାମ୍ପତ୍ୟ ସମ୍ପର୍କରେ ପ୍ରେମ ଓ ସମ୍ମାନ ବଢ଼ିବ।

ବୃଷ- କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଫଳ ନିଶ୍ଚିତ ଭାବେ ମିଳିବ। ବ୍ୟବସାୟରେ ଲାଭର ଅବସର ଆସିପାରେ। ପରିବାରରେ କିଛି ଅସୁବିଧା ହେଲେ ମଧ୍ୟ ବୁଦ୍ଧିମତାର ସହ ସମାଧାନ କରିବେ। ସ୍ୱାସ୍ଥ୍ୟରେ ସାବଧାନ ରହିବା ଆବଶ୍ୟକ, ନଚେତ ଛୋଟ ଅସୁବିଧା ବଢ଼ିଯିବ। ପ୍ରେମ ସମ୍ପର୍କରେ ନୂଆ ବିଶ୍ୱାସ ଓ ଖୁସି ଆସିପାରେ।

ମିଥୁନ- ନୂଆ ଯାତ୍ରା କିମ୍ବା କାର୍ଯ୍ୟରେ ଅବସର ମିଳିବ। ଶିକ୍ଷାରେ ଅଧିକ ପ୍ରୟାସ କଲେ ଭଲ ଫଳ ମିଳିବ। ଥଣ୍ଡା କାଶ ପରି ଛୋଟ ସମସ୍ୟା ହୋଇପାରେ। ପରିବାର ସଦସ୍ୟମାନଙ୍କ ସହିତ ମନୋମାଳିନ୍ୟ ହୋଇପାରେ। କିନ୍ତୁ ପ୍ରେମ ଓ ଧୈର୍ଯ୍ୟର ସହ ସମସ୍ତ କାମ ସୁବିଧାରେ ସମାଧାନ ହେବ।

କର୍କଟ- ଆର୍ଥିକ ଦିଗରୁ କିଛି ଚାପ ଅନୁଭବ କରିପାରନ୍ତି। କାମରେ ବିଳମ୍ବ ହୋଇପାରେ । କିନ୍ତୁ ସଫଳତା ନିଶ୍ଚିତ। ପାରିବାରିକ ଜୀବନରେ ସାଧାରଣ ଖୁସି ରହିବ। ପ୍ରେମ ସମ୍ପର୍କରେ କିଛିଟା ତିକ୍ତତା ଆସିପାରେ।

ସିଂହ- ନୂଆ କାମରେ ସଫଳତା ଓ ସମ୍ମାନ ମିଳିବ। କାର୍ଯ୍ୟକ୍ଷେତ୍ରରେ ମନୋସ୍କାମନା ପୂରଣ ହେବ। ପାରିବାରିକ କାର୍ଯ୍ୟରେ ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ଶକ୍ତିଶାଳୀ ଅନୁଭବ କରିବେ। ପ୍ରେମ ସମ୍ପର୍କ ଭଲ ରହିବ।

କନ୍ୟା- କାମରେ ଧୈର୍ଯ୍ୟ ଓ ପ୍ରୟାସ ରଖିବା ଆବଶ୍ୟକ। ବ୍ୟବସାୟରେ ଆୟ ବଢ଼ିବାର ସୁଯୋଗ ଆସିପାରେ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ସ୍ୱାସ୍ଥ୍ୟରେ ସାମନ୍ୟ ଅସୁବିଧା ଆସିପାରେ। ପ୍ରେମ ସମ୍ପର୍କରେ ଖୁସିର ସମୟ ଆସିବ।

ତୁଳା- ଶିକ୍ଷାରେ ଭଲ ଫଳ ପାଇବେ। କାମରେ ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ। ବ୍ୟବସାୟରେ ସତର୍କ ରହିଲେ କ୍ଷତିରୁ ବର୍ତ୍ତିପାରିବେ। ସ୍ୱାସ୍ଥ୍ୟ ସାଧାରଣ ରହିବ। ପ୍ରେମ ଜୀବନରେ ସନ୍ତୋଷଜନକ ସମୟ ଆସିବ।

ବିଛା- କାମରେ ଅଧିକ ପ୍ରୟାସ କରିବାକୁ ପଡ଼ିବ। ଆର୍ଥିକ ଦିଗରେ କିଛି ହାନି ସମ୍ଭାବନା ରହିଛି। ପରିବାରରେ କିଛି ମନୋମାଳିନ୍ୟ ହୋଇପାରେ। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ, ନଚେତ ରୋଗ ବଢ଼ିପାରେ। ପ୍ରେମ ସମ୍ପର୍କରେ ବିଶ୍ୱାସ ରଖିବା ଆବଶ୍ୟକ।

ଧନୁ- ନୂଆ କାର୍ଯ୍ୟରେ ସଫଳତା ଆସିବ। ଶିକ୍ଷାରେ ପ୍ରୟାସ କଲେ ଭଲ ପରିଣାମ ଦେଖିବେ। ପାରିବାରିକ କାର୍ଯ୍ୟରେ ଖୁସିଥିବ। ସ୍ୱାସ୍ଥ୍ୟରେ ସାଧାରଣ କ୍ଲାନ୍ତି ଅନୁଭବ ହେବ। ପ୍ରେମ ସମ୍ପର୍କ ଗଭୀର ହେବ।

ମକର- କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ପରିବାରରେ ସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟରେ କିଛି ପୁରୁଣା ରୋଗ ପୁଣି ଆସିପାରେ। ପ୍ରେମ ସମ୍ପର୍କରେ ଛୋଟ ଅସୁବିଧା ହେଲେ ମଧ୍ୟ ସମାଧାନ ହେବ।

କୁମ୍ଭ- ଶିକ୍ଷାର୍ଥୀଙ୍କ ପାଇଁ ଦିନ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ପରିବାରରେ ନୂଆ ଖୁସି ଆସିପାରେ। ସ୍ୱାସ୍ଥ୍ୟରେ ଶକ୍ତିଶାଳୀ ଅନୁଭବ କରିବେ। ପ୍ରେମ ସମ୍ପର୍କରେ ସନ୍ତୋଷଜନକ ସମୟ ରହିବ।

ମୀନ- ଦିନ କିଛି ଚ୍ୟାଲେଞ୍ଜର ସମୟ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ବାଧା ଆସିପାରେ। ପରିବାରରେ ସାଧାରଣ ବିରକ୍ତି ଉପୁଜିପାରେ। ପାଚନ ସମସ୍ୟା ହୋଇପାରେ। ପ୍ରେମ ଜୀବନରେ ସମ୍ମାନ ଓ ସହଯୋଗରେ ସମସ୍ୟାର ସମାଧାନ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682