ନୂଆଦିଲ୍ଲୀ: ନେପାଳକୁ ମିଳିଛି ନୂଆ କୁମାରୀ ଦେବୀବା ଜୀବିତ ଦେବୀ୨ବର୍ଷ ୮ ମାସର ଶିଶୁ କନ୍ୟାକୁ ନୂଆ କୁମାର ଦେବୀ ଭାବେ ଚୟନ କରାଯାଇଛି। ଆର୍ୟା ତାରା ସାକ୍ୟ ନାମକ କନ୍ୟା ବିଧିବତ୍ ପରମ୍ପରା ଅନୁସାରେ କୁମାରୀ ସିଂହାସନ ଗ୍ରହଣ କରିଛନ୍ତି। କାଠମାଣ୍ଡୁର ତଲେଜୁ ଭବାନୀ ମନ୍ଦିର ପୂଜାରୀ ଉଦ୍ଧବ କର୍ମାଚାର୍ଯ୍ୟ ଅନୁସାରେ ମଙ୍ଗଳବାର ଏକ ଶୁଭ ମୂହୁର୍ତ୍ତରେ ଏଭଳି କାର୍ଯ୍ୟକ୍ରମ ହୋଇଛି କୁମାରୀ ଚୟନ ସାକ୍ୟ ବାଳିକାଙ୍କ ମଧ୍ୟରୁ ହୋଇଥାଏନିକଟରେ ପୂର୍ବ କୁମାରୀ ତ୍ରୀଶ୍ନା ସାକ୍ୟ ୧୨ବର୍ଷରେ ପଦାର୍ପଣ କରିବା ସହ ପଦମୁକ୍ତ ହୋଇଛନ୍ତିନେପାଳରେ କୁମାରୀ ପୂଜା କରନ୍ତି ଉଭୟ ହିନ୍ଦୁ ଓ ବୌଦ୍ଧ ତେବେ କୁମାରୀ ଚୟନ କରୁଥିବା ସାକ୍ୟ ସମୂଦାୟ ବୌଦ୍ଧଧର୍ମାବଲମ୍ବୀ କିନ୍ତୁ କୁମାରୀଙ୍କୁ ହିନ୍ଦୁ ଦେବୀ ରୂପେ ପୂଜା କରାଯାଏ। ନେପାଳରେ କୁମାରୀ ପୂଜା ପରମ୍ପରା ୫୦୦ରୁ ୬୦୦ ବର୍ଷ ପ୍ରାଚୀନ, ଯାହା ମଲ୍ଲ ରାଜାମାନଙ୍କ ସମୟରୁ ଦେଶରେ ପ୍ରଚଳିତ। କୁମାରୀଙ୍କୁ ଦେବୀ ତଲେଜୁଙ୍କ ମାନବ ରୂପ ମନେ କରାଯାଏ

ନେପାଳ ରାଷ୍ଟ୍ରପତି ଜୀବିତ ଦେବୀଙ୍କୁ ପୂଜା କରିବା ଓ ଅଗଷ୍ଟରେ ଇନ୍ଦ୍ରଜାତ୍ରା ମହୋତ୍ସବରେ ଆଶିର୍ବାଦ ଗ୍ରହଣ କରିବାର ପରମ୍ପରା ରହିଛି। ବର୍ତ୍ତମାନ କୁମାରୀଙ୍କ ବୟସ ମାତ୍ର ୨ ବର୍ଷ ୮ ମାସଏହି ଭୂମିକା ଲାଗି ତାଙ୍କୁ ଏକ କଠୋର ଚୟନ ପ୍ରକ୍ରିୟା ଦେଇ ଗତିକରିବାକୁ ପଡିଛି। ନୂଆ କୁମାରୀ ବଛାଯାଇଥିବା ବାଳିକାଙ୍କ ଶରୀରରେ କୌଣସି ଚିହ୍ନ ନଥିବା ଓ ସେ ନିର୍ଭିକ ହୋଇଥିବା ଦରକାରଚୟନ ପ୍ରକ୍ରିୟାରେ ନୂଆ କୁମାରୀଙ୍କୁ ଅନ୍ଧକାର କୋଠରୀରେ ରଖା ଯାଏ। ଯେଉଁଠି ମଇଁଷି ମୁଣ୍ଡ ଓ ଭୟଙ୍କର ମୁଖା ସବୁ ରଖାଯାଇଥାଏଏଥିରେ ଝିଅଟି ନଡରି ବାହାରକୁ ବାହାରିଲେ ତାଙ୍କୁ ନୂଆ କୁମାରୀ ବଛା ଯାଏ। କୁମାରୀ ଦେବୀଙ୍କୁ ଚୟନ କରିବା ପାଇଁ ୩୨ଟି ଗୁଣ ପରୀକ୍ଷା କରାଯାଏତାଙ୍କ ଚର୍ମଠାରୁ ଆଖି, କେଶ ଏବଂ ଦାନ୍ତ ପର୍ଯ୍ୟନ୍ତ ସବୁକିଛି ପରୀକ୍ଷା କରାଯାଏ। ତାଛଡ଼ା ଯେଉଁ କୁମାରୀ ଝିଅ ଉପରେ ଦୈବୀ ଗୁଣ ଦେଖାଯାଏ ଏବଂ ଯିଏ ଦେବୀ ହେବାର ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ତାଙ୍କୁ କୁମାରୀ ଦେବୀ ଭାବରେ ବଛାଯାଏ ।

 

ବିଶ୍ୱର ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ବିଶ୍ୱାସ ପ୍ରଚଳିତ। ଏହି ପରିପ୍ରେକ୍ଷୀରେ, ନେପାଳରେ 2ବର୍ଷ ବୟସର ଝିଅକୁ ନୂଆ କୁମାରୀ ଦେବୀ ଭାବରେ ଚୟନ କରାଯାଇଛି। ମଙ୍ଗଳବାର ଦିନ ଦଶୈନ ପର୍ବରେ, ପରିବାର ସଦସ୍ୟ ଏବଂ ଭକ୍ତମାନେ ନୂଆ କୁମାରୀ ଦେବୀଙ୍କୁ ଏକ ଶୋଭାଯାତ୍ରାରେ ନେଇ ତାଲେଜୁ ଭବାନୀ ମନ୍ଦିରର ପ୍ରାସାଦକୁ ନେଇଛନ୍ତିପରେ ନୂଆ କୁମାରୀ ଦେବୀ ନେପାଳର ରାଷ୍ଟ୍ରପତିଙ୍କ ସମେତ ଅନ୍ୟମାନଙ୍କୁ ତାଙ୍କର ଆଶୀର୍ବାଦ ଦେବାର ପରମ୍ପରା ରହିଛି ନେପାଳରେ ଦଶୈନ ପର୍ବ ନବରାତ୍ରି ସମୟରେ ପାଳିତ ହୁଏ।  ଏହା ନେପାଳର ସବୁଠାରୁ ଦୀର୍ଘକାଳୀନ ଉତ୍ସବ। ମଙ୍ଗଳବାର ଦଶୈନର ଅଷ୍ଟମ ଦିନ ଥିଲା, ଯାହା ଅଧର୍ମ  ଉପରେ ଧର୍ମର ପ୍ରତୀକ ବୋଲି କୁହାଯାଏ ଦଶୈନ  ପର୍ବ ୧୫ ଦିନ ଧରି ପାଳନ କରାଯାଏଏହି ସମୟ ମଧ୍ୟରେ, ରାଜ୍ୟ ସାରା ସ୍କୁଲ ଏବଂ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥାଏ। ସମସ୍ତେ ଏହି ପର୍ବ ଉପଭୋଗ କରିବା ପାଇଁ ଏକାଠି ହୁଅନ୍ତି।

 

ନେପାଳରେ, କୁମାରୀ ଦେବୀଙ୍କୁ ତାଲେଜୁ ଭବାନୀ କିମ୍ବା ଦେବୀ ଦୁର୍ଗାଙ୍କ ଅବତାର ବୋଲି ବିବେଚନା କରାଯାଏସେ ସର୍ବଦା ଲାଲ ପୋଷାକ ପିନ୍ଧନ୍ତି ତାଙ୍କ କେଶକୁ ଏକ ବେଣୀରେ ବାନ୍ଧିଥାନ୍ତିତାଙ୍କ କପାଳରେ ତୃତୀୟ ଆଖି ସଦୃଶ ଏକ ପ୍ରତୀକ ଥାଏ। କୁମାରୀ ଦେବୀ ଏକ ନିର୍ଜନ ଜୀବନଯାପନ କରନ୍ତି। ତାଙ୍କର କେବଳ କିଛି ମନୋନୀତ ସାଥୀ ଅଛନ୍ତି ଏବଂ ବର୍ଷକୁ କେବଳ କିଛି ପର୍ବରେ ବାହାରକୁ ଯିବାକୁ ଅନୁମତି ମିଳିଥାଏଲୋକମାନେ କୁମାରୀଙ୍କୁ ଭେଟିବାକୁ ଏବଂ ଦର୍ଶନ କରିବାକୁ ଆସନ୍ତି। ନେପାଳରେ, ଏହାକୁ ଶକ୍ତି ପୂଜା ଏବଂ ବୌଦ୍ଧ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ। ନେପାଳୀ ଲୋକମାନେ ବିଶ୍ୱାସ କରନ୍ତି ଯେ କୁମାରୀ ଦେବୀଙ୍କ ପୂଜା କରିବା ଦ୍ୱାରା ଦେଶରେ ଶାନ୍ତି, ବିକାଶ ଏବଂ ସମୃଦ୍ଧି ସୁନିଶ୍ଚିତ ହେବ

କୁମାରୀ ଦେବୀଙ୍କୁ ତାଙ୍କର ମାସିକ ଧର୍ମ ଆରମ୍ଭ ନହେବା ପର୍ଯ୍ୟନ୍ତ ଏହି ପଦରେ ରଖାଯାଏଏହା ପରେ ତାଙ୍କୁ ପଦରୁ ଅପସାରଣ କରାଯାଇ ନୂଆ କୁମାରୀ ଦେବୀଙ୍କ ସନ୍ଧାନ ଆରମ୍ଭ ହୁଏ ।ପଦ ଅପସାରଣ ପରେ ତାଙ୍କୁ ଆଜୀବନ ପେନସନ ଓ ସମ୍ମାନ ମିଳେ । ନେପାଳର ଲୋକଙ୍କ କହିବା ଅନୁସାରେ କୁମାରୀ ଦେବୀ ହେଉଛନ୍ତି ସାକ୍ଷାତ ମା’ ଦୁର୍ଗାଙ୍କ ଜୀବନ୍ତ ଅବତାର । ଏହି ଦେବୀ ନେପାଳର ଲୋକଙ୍କୁ ବିପଦ ଓ ଅସୁବିଧାରୁ ରକ୍ଷା କରିବେ ଧାର୍ମିକ ପର୍ବପର୍ବାଣୀ ସମୟରେ, ଭକ୍ତମାନେ କୁମାରୀ ଦେବୀଙ୍କ ରଥକୁ ସହର ପରିକ୍ରମା କରନ୍ତି ଯଦି ସେ ଯାତ୍ରାବେଳେ କେଉଁ ଭକ୍ତଙ୍କୁ ଦେଖି କିମ୍ବା ସମସ୍ତ ଭକ୍ତଙ୍କୁ ଦେଖି ହସନ୍ତି ତା’ହେଲେ ସୁଖ, ସମୃଦ୍ଧିରେ ବର୍ଷଟି ଅତିବାହିତ ହୁଏ କିନ୍ତୁ ଯଦି କୁମାରୀ କାନ୍ଦନ୍ତି ତା’ହେଲେ ଏହାକୁ ଅଶୁଭ ବୋଲି ମନେ କରାଯାଏଆଉ ଚଳିତବର୍ଷ ନେପାଳରେ କୁମାରୀ ଦେବୀ କାନ୍ଦିଥିଲେ। ଆଉ ତାର କାରଣ ସ୍ୱରୂପ ଜେନ ଜି ଆନ୍ଦୋଳନରେ ଓ ନେପାଳ ଅଶାନ୍ତ ହୋଇଥିଲା ବୋଲି କୁହାଯାଉଛି।