News7 Logo

ଭାରି ଚେନ୍ ସ୍ମୋକର ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ, ଚୀନ୍‌କୁ ଧୂଆଁରେ ଉଡାଇଦେବେ କିମ୍ ଜୋଙ୍ଗ୍ !

NEWS7
kim jong

ନୂଆଦିଲ୍ଲୀ ୦୨/୦୯: ଉତ୍ତର କୋରିଆର ଏକଛତ୍ରବାଦ ଶାସକ ତଥା ସର୍ବୋଚ୍ଚ ନେତା । ନା ତାଙ୍କର କିମ୍ ଜୋଙ୍ଗ ଉନ୍ । ଏବେ ସେ ତାଙ୍କ ବୁଲେଟ୍‌ପ୍ରୁଫ୍ ଟ୍ରେନ୍‌ରେ ପହଞ୍ଚିଛନ୍ତି ଚୀନ୍‌ରେ ପହଞ୍ଚିଛନ୍ତି । ତେ ବେ ଟ୍ରେନ୍‌ରେ ସେ ଯିବାବେଳେ ଭାଇରାଲ ହେୁଛି ତାଙ୍କର ଗୋଟିଏ ଫଟୋ । ଯେଉଁଥିରେ ସେ, ଏକ ଟେବୁଲ୍‌ ଉପରେ ବସିଛନ୍ତି । ପାଖରେ ଲାପଟପ୍ ଓ ଫୋନ୍‌ ରଖାଯାଇଛି । ଏହା ବ୍ୟତୀତ କିମ୍‌ ଜୋଙ୍ଗ ଉନ୍‌ଙ୍କ ଟେବୁଲ୍‌ରେ ସିଗାରେଟ୍ ପ୍ୟାକେଟ ରଖାଯାଇଛି । ଏହାର ଅର୍ଥ ହେଉଛି କିମ୍‌ ସିଗାରେଟ୍ ପ୍ୟାକେଟ ସହିତ ଚୀନ୍‌ ପହଞ୍ଚିଛନ୍ତି । 
୪୧ ବର୍ଷୀୟ କିମ୍ ଜୋଙ୍ଗ ଉନ୍ । ଜଣେ ଚେନ୍ ସ୍ମୋକର ଭାବେ ସେ ବେଶ୍ ଚର୍ଚ୍ଚିତ । କାରଣ କିମ୍‌ଙ୍କୁ ଅନେକ ଥର ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବାର ଦେଖାଯାଇଛି ।  ରିପୋର୍ଟ ଅନୁଯାୟୀ, କିମ୍ ବେଜିଂ ଯାଉଥିବା ଟ୍ରେନ୍‌ରେ ଅନେକ ଥର ସିଗାରେଟ୍ ଟାଣିଛନ୍ତି । ଏଠି ପ୍ରଶ୍ନ ଉଠୁଛି କିମ୍ ଗୋଟିଏ ଦିନରେ ଲଗାତାର କେତେ ସିଗାରେଟ୍ କେତେ ଟାଣିଥାନ୍ତି।
ରିପୋର୍ଟ କୁହେ କିମ୍ ଜୋଙ୍ଗ ଉନ୍‌ଙ୍କ ସରକାର ସାର୍ବଜନୀନ ସ୍ଥାନରେ ଧୂମପାନ ସମ୍ପର୍କରେ ଏକ ଆଇନ ପ୍ରଣୟନ କରିଥିଲେ । ଏମିତିକି ସାର୍ବଜନୀନ ସ୍ଥାନରେ ଧୂମପାନ ପାଇଁ ଜରିମାନାର ବ୍ୟବସ୍ଥା କରିଥିଲେ । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କୁହେ କିମ୍ ଜୋଙ୍ଗ୍ ଉନ୍ ପ୍ରତିଦିନ ସିଗାରେଟ୍ ଟାଣନ୍ତି । କେତେବେଳେ ସେ ୪ ପ୍ୟାକେଟ ସିଗାରେଟ୍ ଟାଣନ୍ତି । ଗୋଟିଏ ପ୍ୟାକେଟରେ ୨୦ଟି ସିଗାରେଟ୍ ଥାଏ। କିମ୍ ପରିବାର ପାଇଁ ରୋଷେଇ କରୁଥିବା ଜଣେ ଜାପାନୀ ରୋଷେୟା କିଛି ବର୍ଷ ପୂର୍ବରୁ ଦାବି କରିଥିଲେ ଯେ, କିମ୍ କିଶୋର ଅବସ୍ଥାରେ ସିଗାରେଟ୍ ଟାଣିବା ଆରମ୍ଭ କରିଥିଲେ।
କିମ୍‌ଙ୍କ ବାପା ମଧ୍ୟ ଥିଲେ ଜଣେ ଚେନ୍‌ ସ୍ମୋକର । ତାଙ୍କର ୨୦୧୧ ମସିହାରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା । ଡେଲି ଉତ୍ତର କୋରିଆ ୱେବସାଇଟ୍ ଅନୁଯାୟୀ, କିମ୍‌ଙ୍କ ପ୍ରିୟ ସିଗାରେଟ୍‌ ବ୍ରାଣ୍ଡ୍‌ ହେଉଛି ୭-୨୭ । ଏହା ଉତ୍ତର କୋରିଆର ସବୁଠାରୁ ମହଙ୍ଗା ସିଗାରେଟ୍‌। ଏହାର ଗୋଟିଏ ପ୍ୟାକେଟ୍‌ର ମୂଲ୍ୟ ପ୍ରାୟ ୫୮୦ ଟଙ୍କା।
୨୦୧୮ ମସିହାରେ, ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା (ଏଆଇଏସ) ଏକ ଗୁପ୍ତ ରିପୋର୍ଟ ଆଧାରରେ କହିଥିଲା ​​ଯେ କିମ୍ ସ୍ୱିସ୍ ଏବଂ ଜର୍ମାନ ସିଗାରେଟ୍ ଉପହାର ଭାବରେ ପାଆନ୍ତି।  କିମ୍ ସେଗୁଡ଼ିକୁ ଅଧିକ ବ୍ୟବହାର ମଧ୍ୟ କରନ୍ତି।