ନୂଆଦିଲ୍ଲୀ ୦୩।୦୯; କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ଶୋ' 'ଦି କପିଲ ଶର୍ମା ଶୋ' । ଏହା ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଏହି ଶୋ' ପ୍ରତ୍ୟେକ କଳାକାର ନିଜ ନିଜ ଚରିତ୍ର ପାଇଁ ବେଶ୍ ନେମ୍‌ଫେମ୍‌ ପାଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କିକୁ ଶାରଦାତାଙ୍କ କମେଡି ଟାଇମିଂ ଏବଂ ଅଭିନୟ ଅନ୍ଦାଜ ଅତ୍ୟନ୍ତ ଆକର୍ଷଣୀୟ କିନ୍ତୁ ଏବେ ଏକ ଖବର ସାମ୍ନାକୁ ଆସିଛି ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରୁଛି ସୂଚନା ମୁତାବକ, କିକୁ ଶାରଦା ଆଉ କପିଲ ଶର୍ମାଙ୍କ ଶୋ'ରେ ନଜର ଆସିବେ ନାହିଁ ଏହାର କାରଣ ହେଉଛି ତାଙ୍କୁ ଏକ ନୂଆ ରିଆଲିଟି ଶୋ'ରେ କାମ ମିଳିଛି

କିକୁ ଶାରଦା ନୂଆ ରିଆଲିଟି ଶୋ' 'ରାଇଜ୍ ଆଣ୍ଡ ଫଲ୍'ରେ ଭାଗ ନେବାକୁ ଯାଉଛନ୍ତି ଏହି ଶୋ' ସୁଟିଂ ବୁଧବାର (ସେପ୍ଟେମ୍ବର ) ରୁ ଆରମ୍ଭ ହେବାକୁ ଯାଉଛି 'ରାଇଜ୍ ଆଣ୍ଡ ଫଲ୍' ଏକ ନୂତନ ରିଆଲିଟି ଶୋ, ଏହା Amazon MX Player ରେ ଷ୍ଟ୍ରିମ୍ ହେବ। କୁହାଯାଉଛି ଯେ ଏହି ଶୋ Netflix କମେଡି ଶୋ 'The Great Indian Kapil Sho' କୁ ଟକ୍କର ଦେବ। ଏହାକୁ ଶାର୍କ ଟାଙ୍କ ଫେମ୍ ବ୍ୟବସାୟୀ ଅଶନୀର ଗ୍ରୋଭର ହୋଷ୍ଟ କରିବେ।

କପିଲ ଶର୍ମା ଶୋ'ରୁ କିକୁଙ୍କ ବିଦାୟ କେବଳ ତାଙ୍କର ନୂଆ ପ୍ରୋଜେକ୍ଟ ଯୋଗୁଁ ହୋଇଛି, ଏଭଳି କୁହାଯାଉଛି। କିନ୍ତୁ ଏଥିରେ କୌଣସି ବାଦ ବିବାଦ କିମ୍ବା ମତଭେଦ ନୁହେଁ।  ନୂଆ ପ୍ରୋଜେକ୍ଟ ଏବଂ ଚ୍ୟାଲେଞ୍ଜ ପାଇଁ ନିଜର ପୁରୁଣା ଶୋ'ରୁ ବିରତି ନେବେ କିକୁ ଶାରଦା। ତାଙ୍କ ପାଇଁ ଏହା ଏକ ନୂଆ ସୁଯୋଗ ଏବଂ ସେ ନିଜ କ୍ୟାରିୟରରେ କିଛି ନୂଆ କରିବାକୁ ଚାହୁଁଛନ୍ତି। ତାଙ୍କ ପ୍ରଶଂସକମାନେ ତାଙ୍କୁ ଏକ ନୂଆ ପ୍ଲାଟଫର୍ମରେ ଦେଖିବାକୁ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ସେ କପିଲ୍‌ଙ୍କ ଶୋ’ ଛାଡିବାରୁ ବହୁତ ଦୁଃଖିତ ମଧ୍ୟ ଅଛନ୍ତି । ଦେଖିବାକୁ ବାକି ରହିଲା କି କିକୁଙ୍କ ସ୍ଥାନରେ କିଏ ରିପ୍ଲେସ୍‌ ହେବ ।