ଭୁବନେଶ୍ବର ୭୧୧: ସାଙ୍ଗ ଜନ୍ମଦିନ ପାଳିବାକୁ ଖୋର୍ଦ୍ଧାରୁ ଆସିଥିଲେ ଭୁବନେଶ୍ବର । ୬ ଦିନ ହେଲା ମିଳୁନି ଛାତ୍ରଙ୍କ ପତ୍ତା । ସାଙ୍ଗଙ୍କ ଜନ୍ମଦିନ ପାଳିବାକୁ ଆସିଥିବା ଛାତ୍ର ନିଖୋଜ ଅଛନ୍ତି । ଏହା ମଧ୍ୟରେ ନିଖୋଜ ହେବାର ଦିନ ବିତିଲାଣି । ହେଲେ ନିଖୋଜ ଛାତ୍ର ସତ୍ୟଜିତ ଦାସଙ୍କ ପତ୍ତା ପାଉନି ପୋଲିସ l ସତ୍ୟଜିଙ୍କ ଘର ଖୋର୍ଦ୍ଧା ଗାନ୍ଧୀ ପଡିଆରେ ବୋଲି ଜଣାପଡିଛି

ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଗାନ୍ଧିପଡ଼ିଆର ଶ୍ରୀନିବାସ ଦାସଙ୍କ ପୁଅ ସତ୍ୟଜିତ୍ ଦାସ ଗତ ୧ ତାରିଖରେ ଘରୁ ବାହାରି ଭୁବନେଶ୍ବର ଆସିଥିଲେ । ସେ ନିଜ ସ୍କୁଟି ଯୋଗେ ଖୋର୍ଦ୍ଧାରୁ ଭୁବନେଶ୍ବର ଆସିଥିଲେ । ସେଦିନ ରାତିରେ ଭୁବନେଶ୍ବର ରହୁଥିବା ଜଣେ ସାଙ୍ଗ ପାଖରେ ରହିଛନ୍ତି ବୋଲି ଘର ଲୋକଙ୍କୁ କହିଥିଲେ । ସେପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍ ରହିଥିଲା । କିନ୍ତୁ ତାପର ଦିନ ଠାରୁ ତାଙ୍କ ମୋବାଇଲ୍ ଫୋନ୍ ସ୍ବିଚ୍ ଅଫ୍ ରହିଛି । ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ନିଖୋଜ ଛାତ୍ରଙ୍କ ବୟସ ୨୧ ବର୍ଷ ହେବ । ସେ ଯୁକ୍ତ ୩ରେ ପାଠ ପଢ଼ୁଛନ୍ତି । ଘରଲୋକ ବନ୍ଧୁବାନ୍ଧବ ଏବଂ ତାଙ୍କ ସାଙ୍ଗସାଥୀଙ୍କୁ ପଚାରି ବୁଝି ସାରିଲେଣି କିନ୍ତୁ କୌଣସି ପତ୍ତା ମିଳୁନାହିଁ ।

ତେବେ କିଛି ସିସିଟିଭି ଫୁଟେଜ୍‌ରୁ ଜଣାପଡିଛି ଯେ, ଭୁବନେଶ୍ବର ଭରତପୁର ଥାନା ଅଧିନ ଏକ କାଫେରେ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳିଥିଲେ ସତ୍ୟଜିତ । ଏହି ଜନ୍ମଦିନ ପାର୍ଟିରେ ଉପସ୍ଥିତ ଥିଲେ ୩ ଜଣ ଯୁବତୀ ଏବଂ ୪ ଜଣ ଯୁବକ କାଫେ ମାଲିକ ମଧ୍ୟ ଏହି ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । କିନ୍ତୁ ତା ପରଦିନ ଠାରୁ ତାଙ୍କର ପତ୍ତା ମିଳିନାହିଁ । ନିଖୋଜ ପରଠାରୁ ସତ୍ୟଜିତଙ୍କ ମୋବାଇଲ ସ୍ବିଚ୍ ଫ୍ ରହିଛି । ପୋଲିସ ସତ୍ୟଜିତଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ।