News7 Logo

ପ୍ରକୃତିର ଏକ ଅନବଦ୍ୟ ଉପହାର: ଶରତ ଆସିଛି, ଧରାପୃଷ୍ଠକୁ ଡାକିଆଣିଛି କାଶତଣ୍ଡୀ

NEWS7
kashatandi

ସୁନ୍ଦରଗଡ ୧୩/୦୯: ଆସିଛି ଶରତ । ପ୍ରକୃତିରାଣାୀ ବି ହସିଲାଣି । ରାସ୍ତା କଡ ବିଲରେ, ବଣ ପାହାଡ ବି ହସିଲାଣିି । କାରଣ ଏବେ ମାଆଙ୍କ ଆଗମନ ସମୟ । ମାଆ ଆସିବେ ବୋଲି ସଜେଇ ହେଉଛି ଧରଣୀ । ରାସ୍ତା କଡ ଯାଉଥିବା ଲୋକଙ୍କୁ ହାତ ଠାରି ଡକରା । ଖିଲି ଖିଲି ହସରେ ଧବଳ ରଙ୍ଗ ଲୋକଙ୍କ ମନକୁ କିଣିନେଉଛି । ଧବଳ ଚାମରରେ ଢାଙ୍କି ହୋଇଛି ଧରଣୀରାଣୀ । ଶରତ ଆସିଲେ ଦୁନିଆ ଖୋଜେ ତା ହସ । ସେ ଆଉ କେହି ନୁହେଁ ନାଁ ତାର କାଶତଣ୍ଡୀ । କାଶତଣ୍ଡୀ ପ୍ରକୃତିର ଏକ ଅନବଦ୍ୟ ଉପହାର । ବର୍ଷା ଋତୁର ଶୁଭ ବିଦାୟ ପରେ ଅର୍ଥାତ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ ।

​​​​​​​

ମା' ଦୁର୍ଗାଙ୍କ ଆଗମନ ବାର୍ତ୍ତା ଦେଉଛି କାଶତଣ୍ଡୀ । ସତେ ଯେମିତି ମାଙ୍କ ଆଗମନ ପାଇଁ ବାହୁ ମେଲାଇ ବସିଛି କାଶତଣ୍ଡୀ ଫୁଲ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ନଦୀ କୁଳ ଧାନ ଖେତ ପୋଖରୀ ତୁଠ ରାସ୍ତା କଡ ସବୁଠି ଦେଖିବାକୁ ମିଳୁଛି କାଶତଣ୍ଡୀର ସମ୍ଭାର । ପବନରେ ଦୋଳି ଖେଳି ଖେଳି ବାଟୋଇକୁ ଆନମନା କରୁଛି ଧୋବ ଫର ଫର କୁମୁଦ କମଳ । ସତେ ଯେମିତି ଶସ୍ୟ ଶ୍ୟାମଳା ଧରଣୀରେ ନୀଳ ଆକାଶ ତଳେ ଖିଲି ଖିଲି ହସୁଛି କାଶତଣ୍ଡୀ । ଯାହାକୁ ଦେଖି କବି ଲେଖନୀରୁ ଝରିପଡୁଛି ଅନେକ କବିତା । ଧରା ପୁଷ୍ଠରେ ପ୍ରାବଣ ଆସିଲେ କାଶତଣ୍ଡୀର ପସରା ଦେଖିବାକୁ ମିଳେ । ଓଡ଼ିଆ ସସ୍କୃତି ଓ କାଶତଣ୍ଡୀ ମଧିରେ ରହିଛି ଅନେକ ନିବିଡତା କାଶତଣ୍ଡୀ ମାଆ ଦୁର୍ଗାଙ୍କ ଆବାହନର ସଙ୍କେତ ଦିଏ । 
ଚଉଦିଗରେ ଏବେ ଭରି ରହିଛି ମାଳମାଳ କାଶତଣ୍ଡୀ । ସତେ ଯେମିତି ରାସ୍ତା କଡରୁ ଦୂରଦିଗନ୍ତ ପର୍ଯ୍ୟନ୍ତ ଧରଣୀ ରାଣୀ ଢ଼ାଙ୍କି ହୋଇଛି ଧଳା ଚାଦର । ସୁଲୁସୁଲିଆ ପବନର ଦୋଳି ଖେଳୁଥିବା କାଶତଣ୍ଡୀକୁ ଦେଖି କ୍ଷଣିଏ ଅଟକି ଯାଉଛନ୍ତି ସଭିଏଁ । ଏହିଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରେଖା ପାଞ୍ଚମୀରେ କାଶତାଣ୍ଡି ଫୁଲର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ ।  ଆଉ କାଶତଣ୍ଡିର ବେଳାୟିତ ଚାମରରେ ମା' ଦୁର୍ଗା ଧରବତାରଣ କରନ୍ତି ବୋଲି ବିଶ୍ୱାସ ରହିଛି ।