LIVE TV

ସଞ୍ଜୟ କପୁର ପ୍ରପର୍ଟି ବିବାଦ : ଦୁଇଟି ବ୍ୟାଙ୍କ ଆକାଉଣ୍ଟ ହୋଇଗଲା ଖାଲି , କରିସ୍ମା କପୁରଙ୍କ ଓକିଲଙ୍କ ଦାବି

NEWS7
Sunjay Kapur

ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ଏକ୍ସ ହଜହ୍ୟାଣ୍ଡ ସଞ୍ଜୟ କପୁର ଏବେ ଦୁନିଆରେ ନାହାନ୍ତି। ହେଲେ ତାଙ୍କର ମୃତ୍ୟୁ ପରେ କଥିତ ୩୦ ହଜାର କୋଟି ଟଙ୍କାର ସଂପତ୍ତି ନେଇ କୋର୍ଟରେ ବିବାଦ ଲାଗି ରହିଛି। ଯାହାକି କରିସ୍ମାଙ୍କ ପିଲା ଓ ପ୍ରିୟା ସଚଦେବଙ୍କ ମଧ୍ୟରେ ରହିଛି। ଯାହାର ଶୁଣାଣି ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ହୋଇଛି। ଯେଉଁଠି କରିସ୍ମାଙ୍କ ପିଲାମାନେ ସଞ୍ଜୟଙ୍କ ଇଚ୍ଛାପତ୍ରକୁ ଚ୍ୟାଲେଞ୍ଜ ଦେଇଛନ୍ତି।

କହି ରଖୁଛୁ କି , ଅଭିନେତ୍ରୀ କରିସ୍ମା କପୁର , ସଞ୍ଜୟ କପୁରଙ୍କ ଦ୍ୱିତୀୟ ୱାଇଫ୍ ଥିଲେ। ତାଙ୍କ ପିଲାମାନେ ସଞ୍ଜୟଙ୍କର ତୃତୀୟ ୱାଇଫ୍‌ ପ୍ରିୟା ସଚଦେବଙ୍କ ଉପରେ ଉଚ୍ଛାପତ୍ର ସହ ଜଡ଼ିତ କାଗଜପତ୍ରରେ ହେରଫେରର ଅଭିଯୋଗ କରିଛନ୍ତି।

ଦିଲ୍ଲୀ ହାଇକୋର୍ଟରେ ବରିଷ୍ଠ ଓକିଲ ମହେଶ ଜେଠମଲାନୀ କହିଛନ୍ତି , ଦୁଇଟି ବ୍ୟାଙ୍କ ଆକାଉଣ୍ଟ, ଯାହାକୁ ଆମେ ଇଚ୍ଛାପତ୍ରର ଏକ ଅଂଶ ବୋଲି ଭାବୁଥିଲୁ, ୨୨-୨୬ ଅଗଷ୍ଟ ମଧ୍ୟରେ ଖାଲି କରି ଦିଆ ଯାଇଛି। ଏହା ସେହି ବ୍ୟକ୍ତିଙ୍କ କାମ , ଯିଏ ଏବେ ଗୋପନୀୟତାର ଦାବି କରୁଛନ୍ତି। ଆମକୁ ଦେଖାଯାଇ ଥିବା ଇଚ୍ଛାପତ୍ରର ସବୁଠି ପ୍ରମୁଖ ଭାଗ କମ୍ପାନୀର ଛଅ ପ୍ରତିଶତ ଭାଗ ଅଛି, ଯାହାକୁ ପ୍ରତିବାଦୀ ( ପ୍ରିୟା) ମଧ୍ୟ ହଡ଼ପ କରି ନେଇଛନ୍ତି।

କହି ରଖୁଛୁ କି , ଏହି ବିବାଦ ଏହି କଥା ଉପରେ ମଧ୍ୟ ଅଛି ଯେ, କପୁରଙ୍କ ସଂପତ୍ତିକୁ କଣ ସାର୍ବଜନିନ କରାଯିବା ଉଚିତ ? ପ୍ରିୟା ସଚଦେବାଙ୍କ ଓକିଲ ଗୋପନୀୟତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଏବଂ ଏକ ସିଲ୍ଡ ଲଫାଫାରେ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ତାଲିକା ଦାଖଲ କରିବାକୁ ଅନୁରୋଧ କରିଛନ୍ତି। କୋର୍ଟ ଏହା ଉପରେ ସହମତି ପ୍ରକାଶ କରି ନିର୍ଦ୍ଦେଶ ଦେଇଛନ୍ତି ଯେ, ସଂପତ୍ତି ସିଲ ବନ୍ଦ ଲଫାଫାରେ ହିଁ ପ୍ରସ୍ତୁତ କରାଯାଉ ଏବଂ ଏହାର ନକଲ ସଂପୃକ୍ତ ପକ୍ଷମାନଙ୍କୁ ଦିଆଯିବା ଉଚିତ୍।

ଅନ୍ୟପଟେ ଏହା ଉପରେ ଜେଠମଲାନୀ କୋର୍ଟରେ କହିଥିଲେ , ମୁଁ କଣ ଏହା କହିବି କି ଆପଣଙ୍କ ମଧ୍ୟରୁ କେହି ବି ଏହାକୁ ଲିକ୍‌ କରିବ ନାହିଁ ? ଚାଲନ୍ତୁ ଏହାକୁ ଏଠାରେ ବନ୍ଦ କରିବା। ଜେଠମଲାନୀ ସହମତି ପ୍ରକାଶ କରି ଆହୁରି କହିଛନ୍ତି , ମୁଁ ମୌଖିକ ବୟାନ ଦେବି, କିନ୍ତୁ ବାସ୍ତବ ଏହା ଯେ, ଏହା ଲିକ୍‌ ହୋଇ ଯିବ। ଏହି ପ୍ରାର୍ଥନା କେବଳ ଏଥିପାଇଁ କରାଯାଉଛି , କାରଣ ଏହାକୁ ଗୁପ୍ତ ରଖିବାକୁ ଚାହାନ୍ତି। ଏମିତି ତ ବଡ଼ ବଡ଼ ମାମଲାରେ ମଧ୍ୟ କେବେ ହୋଇ ନାହିଁ।

ପ୍ରକୃତ କଥା ହେଲା ସଞ୍ଜୟ କପୁରଙ୍କ ହଠାତ୍‌ ମୃତ୍ୟୁ ପରେ ତାଙ୍କ ସଂପତ୍ତିକୁ ନେଇ ବିବାଦ ଆରମ୍ଭ ହୋଇଛି। ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁରଙ୍କ ଦୁଇ ପିଲା ସମାୟରା ଓ କିୟାନ ପିତା ସଞ୍ଜୟ କପୁରଙ୍କ କଥିତ ୩୦,୦୦୦ କୋଟିର ସଂପତ୍ତିରେ ଭାଗ ପାଇବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।