LIVE TV

କାଳରାତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ୱରୀ

NEWS7
Sureswari

ଭୁବନେଶ୍ବର ୨୮।୯: ନବରାତ୍ରୀର ସପ୍ତମ ଦିବସରେ ଚାଲିଛି ପୂଜାର୍ଚ୍ଚନା । ସପ୍ତମୀ ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀ ମା’ ସୁରେଶ୍ୱରୀ କାଳରାତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ ସୁରେଶ୍ୱରୀଙ୍କ ପୀଠରେ ରବିବାର ସକାଳୁ ଭକ୍ତଙ୍କ ବେଶ୍ ସମାଗମ ଦେଖିବାକୁ ମିଳୁଛି । ସନ୍ଧ୍ୟାରେ ମଧ୍ୟ ପ୍ରବଳ ଭକ୍ତଙ୍କ ସମାଗମ ହେବ ବୋଲି ଆଶା ରହିଛି । ଏହି କାଳରାତ୍ରି ବେଶ ଦର୍ଶନ କଲେ ଗଙ୍ଗା ସ୍ନାନ ପରି ପୁଣ୍ୟ ଓ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ତେଣୁ ବହୁ ଭକ୍ତ ବିଭିନ୍ନ ସ୍ଥାନରୁ ମା’ଙ୍କ ଦର୍ଶନ ପାଇଁ ଆସୁଛନ୍ତି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିରରେ ମା’ ଦୁର୍ଗା କାଳରାତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ ଦୁର୍ଗାଙ୍କ ମନ୍ଦିରରେ ଶନିବାର ସକାଳୁ ଭକ୍ତଙ୍କ ବେଶ ସମାଗମ ଦେଖିବାକୁ ମିଳୁଛି ଓ ସନ୍ଧ୍ୟାରେ ମଧ୍ୟ ପ୍ରବଳ ଭକ୍ତଙ୍କ ସମାଗମ ହେବ ବୋଲି ଆଶା ରହିଛି । ଏହି କାଳରାତ୍ରି ବେଶ ଦର୍ଶନ କଲେ ଗଙ୍ଗା ସ୍ନାନ ପରି ପୂଣ୍ୟ ଓ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ତେଣୁ ବହୁ ଭକ୍ତ ବିଭିନ୍ନ ସ୍ଥାନରୁ ମା’ଙ୍କ ଦର୍ଶନ ପାଇଁ ଆସୁଛନ୍ତି । ମା’ ଦୁର୍ଗାଙ୍କ କାଳରାତ୍ରି ବେଶ ପୂଜାଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଓ ତାଙ୍କ ଧର୍ମପତ୍ନୀ ଶୁଭ୍ରା ସାହୁ କର୍ତ୍ତା ଭାବରେ ମା’ଙ୍କ ପୂଜାରେ ଦାୟିତ୍ୱ ତୁଲାଇଛନ୍ତି ।