LIVE TV

ରାଜ୍ୟରେ ଆଇଏଏସ, ଆଇପିଏସ ଓ ଆଇଏଫଏସଙ୍କ ମରୁଡି, ଖାଲି ପଡ଼ିଛି ୧୮୨ ପୋଷ୍ଟ

NEWS7
cm on ias ips

ଭୁବନେଶ୍ୱର ୨୨/୦୯: ରାଜ୍ୟରେ ଆଇଏଏସ, ଆଇପିଏସ ଓ ଆଇଏଫଏସଙ୍କ ମରୁଡି । ଆଇଏଏସ ଙ୍କ ଆବଶ୍ୟକ ରାଜ୍ୟରେ ରହିଛି ୨୪୮ ଥିବା ବେଳେ ଅଛନ୍ତି ୨୦୩ ।  ଆହୁରି ଆବଶ୍ୟକ ରହିଛନ୍ତି ୪୫ଜଣଙ୍କର। ଆଇପିଏସଙ୍କ ଆବଶ୍ୟକ ରାଜ୍ୟରେ ୧୯୫ ଥିବା ବେଳେ ଅଛନ୍ତି ୧୨୯. ଆବଶ୍ୟକ ରହିଛନ୍ତି ୬୬ଜଣ । ଆଇଏଫଏସଙ୍କ ଆବଶ୍ୟକ ରହିଛି ୧୪୧ କିନ୍ତୁ ଅଛନ୍ତି ୭୦ଜଣ । ଆହୁରି ଆବଶ୍ୟକ ରହିଛନ୍ତି ୭୧ଜଣ। 

ବିଧାନସଭାର ପ୍ରଶ୍ନୋତ୍ତରରୁ ଏମିତି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ରାଜ୍ୟରେ ଏବେ ବି ୧୮୨ ଆଇଏଏସ୍, ଆଇପିଏସ୍ ଆଉ ଆଇଏଫଏସ୍ ପଦବୀ ଫାଙ୍କା ପଡ଼ିଛି । ଏନେଇ ଲିଖିତ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନା ଥାଉକି, ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ରାଜ୍ୟର ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ସେବାରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା କେତେ? ଆଉ ଆଜିର ଦିନରେ କେତେ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି? 

ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଆଇଏଏସଙ୍କ ସଂଖ୍ୟା ହେଉଛି ୨୪୮ । କିନ୍ତୁ ତା ଭିତରୁ ଏବେ ବି ୪୫ଟି ପଦବୀ ଏବେ ବି ଫାଙ୍କା ପଡ଼ିଛି । ସେହିପରି ୧୯୫ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ସଂଖ୍ୟା ଥିଲେ ବି, ତା ଭିତରୁ ୬୬ଟି ପଦବୀ ଫାଙ୍କା ପଡ଼ିଛି । ସେହିଭଳି ଏବେ ବି ୩୪୨ ଓଏଏସ୍ ପଦବୀ ଏବଂ ୧୪୧ ଓପିଏସ୍ ପଦବୀ ଖାଲି ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।