LIVE TV

ଅନଲାଇନ ସେଲରେ ଏତେ ଶସ୍ତାରେ କିପରି ମିଳେ ଜିନିଷ? ସପିଙ୍ଗ ପୂର୍ବରୁ ଜାଣି ନିଅନ୍ତୁ କାରଣ

NEWS7
online sale

ନୂଆଦିଲ୍ଲୀ ୨୪।୯: ଆଜିକାଲି ଅନଲାଇନ ସପିଙ୍ଗର ପ୍ରଚଳନ ଢେର ବଢିଗଲାଣି। ଅଧିକାଂଶ ଲୋକେ ଏବେ ହାଟ ବଜାରକୁ ନ ଯାଇ ଘରେ ବସି ଅନଲାଇନରୁ କିଣାକିଣି କରିବାକୁ ଅଧିକ ପସନ୍ଦ କରୁଛନ୍ତି।ଫ୍ଲିପକାର୍ଟ, ଆମାଜନ, ମେସୋ ଓ ମୟନ୍ତ୍ରା ଭଳି ଇ-କମର୍ସ ସାଇଟ୍ ପ୍ରାୟ ସମୟରେ ସେଲ୍ ଲଗାଉଛନ୍ତି। ଏଥିରେ ଅନେକ ସମୟରେ ୫୦ରୁ ଆରମ୍ଭ କରି ୮୦% ପର୍ଯ୍ୟନ୍ତ ରିହାତି ମଧ୍ୟ ମିଳୁଛି। ତେବେ ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁ ଅନଲାଇନ ସପିଙ୍ଗ ସାଇଟ୍ ରେ ସାମଗ୍ରୀ ଏତେ ଶସ୍ତାରେ ମିଳି ପାରୁଛି।

ବହୁପରିମାଣରେ କିଣିବା ଓ ଶୀଘ୍ର ଷ୍ଟକ୍ ଶେଷ କରିବା
ଫ୍ଲିପକାର୍ଟ ଓ ଆମାଜନ ଭଳି ବଡ଼ ଇ-କମର୍ସ କମ୍ପାନୀମାନେ ସିଧା ବ୍ରାଣ୍ଡସ୍ ଓ ମେନୁଫେକ୍ଚରରଙ୍କଠାରୁ ବିପୁଳ ପରିମାଣରେ ମାଲ କିଣିଥାନ୍ତି। ବିପୁଳ ପରିମାଣରେ ବିକ୍ରି ଯୋଗୁ ଏହାର ମୂଲ୍ୟ ବହୁତ କମିଯାଇଥାଏ। ଏହା ଛଡା ଯେମିତି କୌଣସି ପ୍ରଡକ୍ଟର ନୂଆ ମଡେଲ ଲଞ୍ଚ ହୁଏ କମ୍ପାନୀମାନେ ପୁରୁଣା ଷ୍ଟକ୍ କୁ ଶୀଘ୍ର କ୍ଲିୟର କରିବା ପାଇଁ ତାକୁ ଶସ୍ତା ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରନ୍ତି।

କମ୍ ଖର୍ଚ୍ଚରେ ଅଧିକ ଲାଭ
ଅଫଲାଇନ ଦୋକାନମାନଙ୍କୁ ଦୋକାନ ଭଡ଼ା, କର୍ମଚାରୀଙ୍କ ବେତନ ଓ ବିଦ୍ୟୁତ, ପାଣି ଭଳି ଅନ୍ୟ ଖର୍ଚ୍ଚ କରିବାକୁ ପଡିଥାଏ। ଏଥିରେ ଅନଲାଇନ ପ୍ଲାଟଫର୍ମ କେବଳ ଗୋଦାମ ଓ ଡେଲିଭରୀ ଖର୍ଚ୍ଚ ମ୍ୟାନେଜ କରନ୍ତି। ଏଣୁ ଗ୍ରାହକଙ୍କୁ କମ୍ ଦାମରେ ପ୍ରଡକ୍ଟ ବିକ୍ରି କରିବା ଲାଗି ଅଧିକ ସୁଯୋଗ ମିଳିଥାଏ।

ବ୍ରାଣ୍ଡ ପ୍ରମୋସନ ଓ ମାର୍କେଟିଂ ରଣନୀତି
ଇ-କମର୍ସ ସାଇଟ୍ ସମୟସମୟରେ ବଡ଼ ସେଲ ଏଥି ପାଇଁ ଆଣନ୍ତି ଯେ ଅଧିକରୁ ଅଧିକ ଲୋକେ ଯେପରି ସେମାନଙ୍କ ୱେବସାଇଟ୍ ଓ ଆପ ଭିଜିଟ କରନ୍ତୁ। ଏହା ଏକପ୍ରକାରର ମାର୍କେଟିଂ ରଣନୀତି। ଯେତେବେଳେ କଷ୍ଟମର ଥରେ ସାଇଟ୍ କୁ ପହଞ୍ଚି ଯାଏ କେବଳ ଅଫର ଥିବା ସାମଗ୍ରୀ ନୁହେଁ ଅନ୍ୟ ସାମାନ ମଧ୍ୟ କିଣାକିଣି କରନ୍ତି। ଏହାର ସିଧା ପ୍ରଭାବ କମ୍ପାନୀର ଲାଭ ଉପରେ ପଡେ।

ପାର୍ବଣ ଋତୁ ଓ କିଣାକିଣିର ମନୋବିଜ୍ଞାନ
ଉତ୍ସବ ସମୟରେ ଲୋକେ ଅଧିକ କିଣାକିଣି କରନ୍ତି। କମ୍ପାନୀମାନେ ଏହି ଅବସରରେ ବଡ଼ ବଡ଼ ସେଲ ଓ ଅଫର ନେଇ ଆସନ୍ତି। ‘ଫ୍ଲାସ୍ ସେଲ’, ‘ଲିମିଟେଡ ଟାଇମ ଅଫର’ ଅଥବା ‘ବିଗ ବିଲିୟନ ଡେଜ୍’ ସେଲ ଭଳି ନାମ ଶୁଣିଲେ ଲୋକେ ଭାବନ୍ତି ଯଦି ଏବେ କିଣା ନଯାଏ ତେବେ ସେହି ଜିନିଷକୁ ଅନ୍ୟ ସମୟରେ ଅଧିକ ପଇସା ଦେଇ କିଣିବାକୁ ପଡିବ। ଏହି କାରଣରୁ ଗ୍ରାହକ  ଶୀଘ୍ର ଶୀଘ୍ର କିଣିବାରେ ଲାଗି ପଡନ୍ତି।