News7 Logo

ମହାନଦୀ ଜଳ ବିବାଦ ନେଇ ଓଡ଼ିଶାର ବର୍ତ୍ତମାନ ପଦକ୍ଷେପକୁ ପ୍ରଶଂସା କଲେ ଟ୍ରିବ୍ୟୁନାଲ

NEWS7
Pitambar Acharya

ନୂଆଦିଲ୍ଲୀ ୬୯: ଶନିବାର ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି ଓଡ଼ିଶା ପାଇଁ ପକ୍ଷ ରଖିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଓଡ଼ିଶାର ବର୍ତ୍ତମାନର ପଦକ୍ଷେପକୁ ଟ୍ରିବ୍ୟୁନାଲ ପ୍ରଶଂସା କରିଛନ୍ତି ଗତ ସରକାରଙ୍କ ମହାନଦୀ ଜଳ ବିବାଦରେ ନିଆଯାଇଥିବା ପଦକ୍ଷେପକୁ ଟାର୍ଗେଟ୍ କଲେ ଏଜି ।

ଅକ୍ଟୋବର ୧୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଗତ ବର୍ଷ ଧରି ମହାନଦୀ ଜଳ ବିବାଦକୁ ଟ୍ରିବ୍ୟୁନାଲରେ ଦିଶାହୀନ ଭାବେ ଲଢ଼ା ଯାଉଥିଲା । ସେଥିରୁ କୌଣସି ସୁଫଳ ମିଳି ନଥିଲା । ଟ୍ରିବ୍ୟୁନାଲର ହସ୍ତକ୍ଷେପ, ଦୁଇ ରାଜ୍ୟର ସହଯୋଗ ଏବଂ ସକାରାତ୍ମକ ମନୋବୃତ୍ତି ଯୋଗୁଁ ଏହି ଦୀର୍ଘ ଦିନର ବିବାଦରେ ଆଶା ଅଛି ଯେ ସମାଧାନର ବାଟ ଫିଟିବ ।

ପ୍ରତି ସପ୍ତାହରେ ବର୍ତ୍ତମାନ ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ ବୈଠକ କରିବେ ଏବଂ ଯେଉଁ ବିବାଦ ବା ମୁଦ୍ଦା ରହିଛି  ତା ବାବଦରେ ଆଲୋଚନା କରି ତାର ସମାଧାନର ବାଟ ବାହାର କରିବେ । ଖାସ୍ କରି ୪୦ଟି ମୁଦ୍ଦା ରହିଛି ତାହାର ସମାଧାନ ପାଇଁ ଆଗକୁ ଆଲୋଚନା ହେବ ।

ଓଡ଼ିଶା ତରଫରୁ ଏଜି  ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲକୁ ଜଣାଇଛନ୍ତି ଯେ, ଏହା ଏକ ରାଜନୈତିକ ବିବାଦ । ଦୁଇ ରାଜ୍ୟର ରାଜନୈତିକ ବ୍ୟକ୍ତିତ୍ଵ ବସି ଆଲୋଚନା ମାଧ୍ୟମରେ ଆପୋଷ ବୁଝାମଣା ଦ୍ଵାରା ଏହାର ସମାଧାନ କରିପାରିବେ । ନହେଲେ ଏହାର ସମାଧାନ ହୋଇ ପାରିବ ନାହିଁ ।

କେନ୍ଦ୍ର ସରକାର ଏବଂ ସେଣ୍ଟ୍ରାଲ ଓ୍ବାଟର କମିଶନର ମଧ୍ୟସ୍ଥତାରେ ଏହି ବିବାଦକୁ ସମାଧାନ କରି ଦୁଇ ରାଜ୍ୟର ଜଳକୁ କିପରି ସୁ-ବିନିଯୋଗ କରାଯାଇପାରିବ ସେ ବିଷୟରେ ସମାଧାନର ବାଟ କାଢି ପାରିବେ ।

ଗୃହ ମନ୍ତ୍ରୀ ଅମିତ ଶାହ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମାଧାନ ପାଇଁ ଡାକି କହି ସାରିଲେଣି । ଜଳ ସମ୍ପଦ କେନ୍ଦ୍ର ମନ୍ତ୍ରୀ ସି.ର୍. ପାଟିଲ ମଧ୍ୟ ଏହି ବାବଦରେ ଅବଗତ ଅଛନ୍ତି । ତେଣୁ ଆଲୋଚନାରେ ମାମଲାର ସମାଧାନ ହୋଇପାରିବ । ଅକ୍ଟୋବର ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।