LIVE TV

ବନ୍ଦ ଥିବା ୭୦ ମଦ ଦୋକାନ ଖୋଲିବେ ସରକାର, ୩ ମଦ କାରଖାନା ଖୋଲିବାକୁ ପ୍ରସ୍ତାବ

NEWS7
closed liquor shop

ଭୁବନେଶ୍ବର ୨୦।୯: ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର । ବନ୍ଦ ଥିବା ୭୦ ଗୋଟି ମଦ ଦୋକାନ ଖୋଲିବାକୁ ବିଭାଗ ତରଫରୁ ଅନୁମତି ଦିଆଯାଇଛି । ବିଧାନସଭାରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ରାଜ୍ୟରେ ୪ଟି ନୂଆ ଠିପି ଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ଅଛି । ୭୦ ଦୋକାନ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୧୭ଟି, ଗଞ୍ଜାମରେ ୧୦ଟି, ନୟାଗଡରେ ୯ଟି, ମୟୁରଭଞ୍ଜରେ ୮ଟି, କଟକରେ ୭ଟି ରାଉଲକେଲାରେ ୫ଟି, କେନ୍ଦୁଝରରେ ୩ଟି, ବ୍ରହ୍ମପୁରରେ ୪ଟି, ବଲାଙ୍ଗିରରେ ୨ଟି, କନ୍ଧମାଳରେ ୩ଟି ଏବଂ ମାଲକାନଗିରି, ସମ୍ବଲପୁରରେ ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର ।

ସେହିପରି ପୁରୀରେ ୩ଟି ଓ ଭୁବନେଶ୍ୱରରେ ଗୋଟିଏ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି । ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ।

ବିଧାନସଭାରେ ବିଧାୟକ ଅଖିଳଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।