LIVE TV

ଫୁଲବାଣୀରୁ ବିହାର ଯାଇଥାନ୍ତା ଗଞ୍ଜେଇ, ଭୁବନେଶ୍ବରରେ ମାଡି ବସିଲା ଜିଆର୍‌ପି

NEWS7
ganja seize

ଭୁବନେଶ୍ବର ୦୧/୧୦: ଭୁବନେଶ୍ବର ରେଳ ଷ୍ଟେସନରୁ ଧରାପଡିଲା ବିହାର ଯୁବକ । ଟ୍ରଲି ବ୍ୟାଗରେ ଗଞ୍ଜେଇ ନେବା ବେଳେ ଧରିଛି ଆରପିଏଫ୍‌  ଓ ଜିଆର୍‌ପି । ଗିରଫ ଯୁବକ ୪୬ ବର୍ଷୀୟ ପପୁ କୁମାର । ଘର ବିହାରର ନାଳନ୍ଦା ଅଞ୍ଚଳର । ୨ଟି ଟ୍ରଲି ବ୍ୟାଗରୁ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ହେବ । ରେଲୱେ ଷ୍ଟେସନରେ ଜଣେ ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ଜିଆରପିକୁ ଖବର ଆସିଥିଲା । ତୁରନ୍ତ ଷ୍ଟେସନରେ ଯାଇ ଡେରା ପକାଇଥିଲେ ଆରପିଏଫ୍‌  ଓ ଜିଆର୍‌ପିର ମିଳିତ ଟିମ୍‌ । ସେଠାରେ ସନ୍ଦେହଜନକ ଅବସ୍ଥାରେ ଥିବା ପପୁ କୁମାରକୁ ମାଡି ବସିଥିଲେ । ଗିରଫ ପରେ ସେ କହିଛି ଫୁଲବାଣୀରୁ ଗଞ୍ଜେଇ ଆଣି ଭୁବନେଶ୍ବର ରେଳ ଷ୍ଟେସନ ଦେଇ ବିହାର ନେଉଥିଲା ଗଞ୍ଜେଇ । ଗଞ୍ଜେଇ କାରବାରରେ ପପୁ କୁମାର ଏକା ନା ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାର ଛାନ୍‌ଭିନ୍‌ ଚାଲିଥିବା କହିଛନ୍ତି ଜିଆର୍‌ପିର ଥାନା ଅଧିକାରୀ ଅଶୋକ କୁମାର ଗୋଛାୟତ

​​​​​​​