News7 Logo

ପାନ ମସଲା, ସିଗାରେଟ୍ ଓ ଗୁଟଖା ହେବ ମହଙ୍ଗା, ଲାଗିବ ୪୦ ପ୍ରତିଶତର ସ୍ପେଶାଲ୍ ଜିଏସଟି

NEWS7

ନୂଆଦିଲ୍ଲୀ: ଜିଏସଟି ପରିଷଦ ବୈଠକରେ ବଡ଼ ସଂସ୍କାରକୁ ମଞ୍ଜୁରି ଦିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨ଟି ସ୍ଲାବ୍ ୫% ଏବଂ ୧୮% ଜିଏସଟି ଲାଗୁ ହେବ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ୪୦ ପ୍ରତିଶତର ଏକ ସ୍ୱତନ୍ତ୍ର ସ୍ଲାବ୍ ମଧ୍ୟ ରହିବ । ୧୨% ଏବଂ ୨୮% ସ୍ଲାବକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି । ଏହି ନିଷ୍ପତ୍ତି ସେପ୍ଟେମ୍ବର ୨୨ରୁ କାର୍ଯ୍ୟକାରୀ ହେବ ।

ବୁଧବାର ସନ୍ଧ୍ୟାରେ ଜିଏସଟି ପରିଷଦର ୫୬ତମ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏବେ ସାଧାରଣ ଲୋକଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ୧୨ ଏବଂ ୧୮ ପ୍ରତିଶତ ବଦଳରେ କେବଳ ୫ ପ୍ରତିଶତ ଜିଏସଟି ନିଆଯିବ। ଏହା ବ୍ୟତୀତ, ଅଲ୍ଟ୍ରା ହାଇ ଟେମ୍ପରେଚର କ୍ଷୀର, ଛେନା, ପନିର, ରୁଟି ଉପରେ କୌଣସି ଜିଏସଟି ନିଆଯିବ ନାହିଁ । ଏସି, ୱାଶିଂ ମେସିନ୍, ୩୮ ଇଞ୍ଚରୁ ବଡ଼ ଟିଭି, ଛୋଟ କାର ଇତ୍ୟାଦି ଉପରେ ଏବେ ୧୮ ପ୍ରତିଶତ ଜିଏସଟି ନିଆଯିବ । ପୂର୍ବରୁ ଏହି ସବୁ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା ।

ଜିଏସଟି ପରିଷଦ ବୈଠକରେ ତମ୍ୱାଖୁ ଉତ୍ପାଦ ଉପରେ ୪୦ ପ୍ରତିଶତ ଟିକସ ଲଗାଇବା ଉପରେ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସାମଗ୍ରୀ ଉପରେ ୪୦ ପ୍ରତିଶତ ଟିକସ ଲାଗିବ ।

ସୁପର ଲଗ୍ଜରୀ ଗୁଡ୍ସ

ପାନ ମସଲା

ସିଗାରେଟ୍, ଗୁଟଖା

ତମ୍ୱାଖୁ

ବିଡ଼ି

ଜର୍ଦା

ଏଡେଡ୍ ସୁଗର, କାର୍ବୋନେଟେଡ୍ ଡ୍ରିକ୍ସ

ଏୟାରକ୍ରାଫ୍ଟ (ବ୍ୟକ୍ତିଗତ ବ୍ୟବହାର)

ବିଶଳପୂର୍ଣ୍ଣ କାର୍

ଫାଷ୍ଟ ଫୁଡ୍

ସିଗାର

ଚେରୁଟ୍

ସିଗାରିଲୋ

ସିଗାରେଟ୍