News7 Logo

ବାଲିଯାତ୍ରା ଦେଖି ଫେରିବା ବେଳେ ସାଙ୍ଗକୁ ହତ୍ୟାକଲା ସାଙ୍ଗ, ଗୁଣିଗାରେଡ଼ି ସନ୍ଦେହକୁ ନେଇ ପୂର୍ବରୁ ହୋଇଥିଲା ଝଗଡ଼ା

NEWS7
Rayagada

ରାୟଗଡ଼ା ୧୩୯: ଅତି ବୀଭତ୍ସ ହତ୍ୟାକାଣ୍ଡ । ସାଙ୍ଗ ଗଳା କାଟିଲା ସାଙ୍ଗ । ଗୁଣିଗାରେଡି ଯୋଗୁଁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ । ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଅନ୍ତର୍ଗତ ଏ.କରଳ ଗ୍ରାମ ନିକଟରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦୁଇ ଜଣ ସାଙ୍ଗ ଅଟୋ ନେଇ ଟିକିରି ବାଲିଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖିସାରି ଅଟୋରେ ଫେରିବା ସମୟରେ ଅଭିଯୁକ୍ତ ସାଙ୍ଗ ଏ.କରଳ ଗ୍ରାମ ନିକଟ ଜଙ୍ଗଲରେ ଅଟୋ ରଖିବାକୁ କହିଥିଲେ । ଖଗେଶ୍ବରଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା ଅଭିଯୁକ୍ତ ସାଙ୍ଗ । ପରେ ରାସ୍ତା କଡ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ସକାଳୁ ସ୍ଥାନୀୟ ଲୋକେ ଦେଖି ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ଦୋରାଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ସାଙ୍ଗକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ପୂର୍ବରୁ ମୃତ ଖଗେଶ୍ବର ଗୁଣିଗାରେଡି କରୁଛି ବୋଲି ସନ୍ଦେହ କରି ଉଭୟ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ଗ୍ରାମରେ ସଭା ମଧ୍ୟ ହୋଇଥିଲା । ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟିବା ପରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି ।