LIVE TV

ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି, ହେଲେ ରାଜ୍ୟର କ’ଣ ଫାଇଦା ହେଉଛି

NEWS7
Jayadev Jena

ଭୁବନେଶ୍ବର ୨୭।୯: ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ଯୋଗଦେବା ସହ ୬୦ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ହେଲେ ରାଜ୍ୟର କ’ଣ ଫାଇଦା ହେଉଛି ତାହାର ଆଗ ତର୍ଜମା କରିବା ଦରକାର । ଭୋଟ୍ ଚୋରି ପାଇଁ ଯେହେତୁ ପ୍ରଧାନମନ୍ତ୍ରୀଙ୍କ ଛବି ମଳିନ ପଡିଯାଇଛି, ତେଣୁ ଛବି ସୁଧାରିବା ପାଇଁ ଏଭଳି ଗସ୍ତ କରୁଛନ୍ତି ।

୨୦୧୬ ମସିହା ଠାରୁ ୨୦୨୫ ମସିହା ପର୍ଯନ୍ତ ସରକାର ଜିଏସ୍‌ଟି ଲଗେଇ ଯେଉଁ ଅର୍ଥ ନେଲେ ତାହାର ହିସାବ କେବେ ପ୍ରଧାନମନ୍ତ୍ରୀ ଦେବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ହରିୟାଣା, ବିହାରରେ ଭୋଟ୍ ଚୋରି କଥା ପ୍ରମାଣିତ ହୋଇସାରିଛି, ତାହାର ଉତ୍ତର କାହିଁକି ଦେଉନାହାନ୍ତି ପ୍ରଧାନମନ୍ତ୍ରୀ ।

ପର୍ଯ୍ୟଟନସ୍ଥଳୀ ଭଳି ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ବୁଲିବାକୁ ଆସୁଛନ୍ତି । ନରେନ୍ଦ୍ର ମୋଦି ଓଡ଼ିଶା ଆସିବାରେ ନୁହେଁ ରାଜ୍ୟକୁ କ’ଣ ଦେଇଛନ୍ତି ତାକୁ ନେଇ ଗର୍ବ କରନ୍ତୁ ବିଜେପି କର୍ମୀ । ଆଗକୁ ୨ କି ୩ ରାଜ୍ୟରେ ନିର୍ବାଚନରେ ଏନ୍‌ଡିଏ ହାରିବ ଏବଂ ଇଣ୍ଡିଆ ମେଣ୍ଟ ବିଜୟୀ ହେବ । ଏହାପରେ ପ୍ରଧାନମନ୍ତ୍ରୀ ଆଉ କୌଣସି ସଭାକୁ ମଧ୍ୟ ଯାଇପାରିବେ ନାହିଁ ବୋଲି ଜୟଦେବ ଜେନା କହିଛନ୍ତି ।