LIVE TV

ସାର ପାଇଁ ଉତ୍ତେଜନା, ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ହୋହଲ୍ଲା

NEWS7
Ganjam

ଦିଗପହଣ୍ଡି ୫୧୦: ସାର ପାଇଁ ଉତ୍ତେଜନା । ସକାଳୁ ୬ଟାରୁ ସାର ନେବାକୁ ଲମ୍ବା ଲାଇନରେ ରହିଛନ୍ତି ଚାଷୀ । ସେବା ସମବାୟ ସମିତି ସମ୍ମୁଖରେ ଦେଖିବାକୁ ମିଳିଛି ଚାଷୀଙ୍କ ଭିଡ଼ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଚୌଧୁରୀ ଟିକରପଡା ସେବା ସମବାୟ ସମିତି ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଛି । ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ହୋହଲ୍ଲା ମଧ୍ୟ ଦେଖିବାକୁ ମିଳିଛି ।

ସମବାୟ ସମିତିକୁ ସପ୍ତାହେ ହେଲା ସାର ଆସିଥିଲେ ମଧ୍ୟ ବଣ୍ଟା ନହେବାରୁ ଉତ୍ତେଜନା ଦେଖାଯାଇଥିଲା । ଜାଣିଶୁଣି କୃତ୍ରିମ ଅଭାବ ତିଆରି କରାଯାଉଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ତେବେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ପରେ ପୋଲିସ ଉପସ୍ଥିତିରେ ସାର ବଣ୍ଟନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।