ନୂଆଦିଲ୍ଲୀ ୦୬/୧୦: ବିହାର ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଅପରାହ୍ଣ ୪ଟାରେ ଭାରତୀୟ ନିର୍ବାଚନ କମିସନଙ୍କ ପ୍ରେସମିଟ୍‌ । ସମସ୍ତ ୨୪୩ ଆସନ ପାଇଁ ଘୋଷଣା ହେବ ତାରିଖ । ଛଟ୍‌ ପୂଜା ପରେ ନିର୍ବାଚନ ପାଇଁ ଅପିଲ୍‌ କରିଥିଲେ ବିଭିନ୍ନ ଦଳ । ତାରିଖ ଘୋଷଣା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି ।

ପୂର୍ବରୁ ବିହାରରେ କର୍ମଚାରୀ ନିଯୁକ୍ତି ଓ ବଦଳି ଆଦି କାମ ଶେଷ କରିବା ପାଇଁ  ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି ଲେଖିଥିଲେ । ବିହାରରେ ୨୪୩ ବିଧାନସଭା ଆସନ ପାଇଁ  ଏଥର ମୁଖ୍ୟତଃ ଏନଡିଏ ଏବଂ ମହାଗଠନ୍ଧନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ପଷ୍ଟ ହୋଇଯାଇଛି ।  ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ମଧ୍ୟ ନିର୍ବାଚନ ଲଢ଼ିବ । ବିହାରରେ ନଭେମ୍ୱର ୨୨ ତାରିଖରେ ଚଳିତ ବିଧାନସଭାର କାର୍ଯ୍ୟକାଳ ସରୁଛି । ଏହା ପୂର୍ବରୁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । 

ପିଟିଆଇର ରିପୋର୍ଟ ଅନୁଯାୟୀ, ସର୍ବାଧିକ ଭୋଟର ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ଅକ୍ଟୋବର ଶେଷ ଭାଗରେ ଛଟ ପର୍ବ ପରେ ତୁରନ୍ତ ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି। କାରଣ ଏହି ପର୍ବ ବିଦେଶରେ କାମ କରୁଥିବା ବହୁ ସଂଖ୍ୟକ ଲୋକଙ୍କୁ ଘରକୁ ଆସିଥାନ୍ତି । 

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। କମିଶନ ଅକ୍ଟୋବର ୪ ଏବଂ 5 ତାରିଖରେ ବିହାର ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ, ମୁଖ୍ୟ ନିର୍ବାଚନ କମିଶନର ରାଜନୈତିକ ଦଳ, ଅଧିକାରୀ ଏବଂ ପୋଲିସ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଆଇନ ଶୃଙ୍ଖଳା ଏବଂ ମତଦାନ କେନ୍ଦ୍ରରେ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।