ମୟୂରଭଞ୍ଜ : ଓଡିଶା ପାଇଁ ଖୁସି ଖବର ଆଣିବା ସହ ରାଜ୍ୟ ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅବିଶ୍ୱର ଶ୍ରେଷ୍ଠ ୨ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ଜଣେ ଓଡ଼ିଆ ପୁଅଆମେରିକାର ଷ୍ଟାଣ୍ଡ୍ ଫୋର ବିଶ୍ୱବିଦ୍ୟାଳୟ ପ୍ରକାଶ କରୁଥିବା ବିଶ୍ୱର ଶ୍ରେଷ୍ଠ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ବାଉଁଶପୁର ଗାଁରେ ଜନ୍ମିତ ପ୍ରଫେସର ଡକ୍ଟର ତପନ କୁମାର ମହାନ୍ତ ସେ ଓମାନରେ ଥିବା ନିଜୱା ବିଶ୍ୱବିଦ୍ୟାଳୟରେ ଗବେଷକ ଭାବେ କାର୍ଯ୍ୟରତ ଥିବା ବେଳେ ଆମେରିକାର ଷ୍ଟାଣ୍ଡ ଫୋର ବିଶ୍ୱବିଦ୍ୟାଳୟ ଦ୍ୱାରା ୨୦୨୫ ମସିହାରେ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହୋଇଛନ୍ତି

 ସମସ୍ତ ବିଷୟରେ ବିଶ୍ୱର ୩୮୫୮୬ ତମ ସ୍ଥାନରେ ଥିବା ପ୍ରଫେସର ଡକ୍ଟର ତପନ କୁମାର ମହାନ୍ତଙ୍କର ବିଶେଷଜ୍ଞତାର ମୁଖ୍ୟ ବିଷୟ ହେଉଛି ଉଦ୍ଭିଦ ବିଜ୍ଞାନ ଅଣୁଜୀବ ବିଜ୍ଞାନ ଏହି ଦୁଇଟି ବିଷୟରେ ସେ ଗବେଷଣା କରି ଥର କ୍ରମାଗତ ଭାବେ ବିଶ୍ୱର ଶ୍ରେଷ୍ଠ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସେ ସାମିଲ ହେବାର ଗୌରବ ଅର୍ଜନ କରିଛନ୍ତି ତାଙ୍କର ଏହି ସଫଳତାକୁ ନେଇ ସାରା ଓଡିଶା ତଥା ତାଙ୍କ ଜନ୍ମ ମାଟିରୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି