LIVE TV

ବିମାନ ବନ୍ଦରରେ ପୁଣି ଥରେ ଏକାଠି ନଜର ଆସିଲେ ଦୀପିକା-ରଣବୀର, ଭାଇରାଲ ହେଉଛି ଭିଡିଓ

NEWS7
Deepika-Ranveer

ମୁମ୍ଵାଇ ୦୮।୧୦; ବଲିଉଡ୍ ର ଦୁଇ ଲୋକପ୍ରିୟ କଳାକାର ଦୀପିକା ପାଦୁକୋନ ଓ ରଣବୀର କପୁର। ଦୁହିଁଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିଛି । ଏଥର ଦୁହିଙ୍କ ସାକ୍ଷାତକାର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ଓ ଚର୍ଚ୍ଚା ହୋଇଥିଲା। ଶନିବାର ଦିନ ଦିଲ୍ଲୀରୁ ମୁମ୍ବାଇ ଫେରିବା ସମୟରେ ଦୁଇଜଣଙ୍କ ଏୟାରପୋର୍ଟ ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଥିଲା। ଯେଉଁ ଭିଡିଓରେ ଦୀପିକା ରଣବୀର ଙ୍କୁ ବାଏ କହୁଥିବା ସହିତ ପରସ୍ପରକୁ ଆଲିଙ୍ଗନ କରୁଥିବାର ଭିଡିଓ ଦେଖିବାକୁ ମିଳିଥିଲା । ଏହି ସାକ୍ଷାତକୁ ନେଇ ପ୍ରଶଂସକ ମାନେ ବେଶ୍ ଚର୍ଚ୍ଚା କରିଛନ୍ତି।

Watch: Ranbir Kapoor Walks Past His Car While Following Deepika Padukone.  "Why Is He So Funny Around Her," Quips Internetଶନିବାର ସନ୍ଧ୍ୟାରେ ମୁମ୍ବାଇରେ ଥିବା ଏୟାରପୋର୍ଟରେ ଦୁହିଁଙ୍କୁ ସାଙ୍ଗରେ ଦେଖିବାକୁ ମିଳିଥିଲା। ଦୀପିକା ଏକ ହ୍ବାଇଟ ସୁଟ ପିନ୍ଧିଥିଲ ।ଏହା ସହ ରଣବୀର ଏକ କାଜୁଆଲ୍ ରେ ହ୍ବାଇଟ ଟି ସର୍ଟ ପିନ୍ଧିଥିଲେ । ଟିସର୍ଟ ସହ ବ୍ରାଉନ ଜାକଟ୍ ପିନ୍ଧିଥିଲେ ରଣବୀର । ଦୁହେଁ କଳା ଚଷମା ପିନ୍ଧିଥିଲେ । ଦିଲ୍ଲୀ ଛାଡିବା ପୂର୍ବରୁ ସେମାନଙ୍କର ପରସ୍ପର ସହ ମୁମ୍ବାଇ ଏୟାରପୋର୍ଟରେ ଦେଖା ହୋଇଥିଲା। ରଣବୀର ବ୍ଲାକ ଡ୍ରେସ୍ ପିନ୍ଧିଥିଲେ ଓ ଦୀପିକା ଇଲେଟ୍ରିକ ସଟଲରେ ବସିଥିଲେ। ରଣବୀର ତାଙ୍କୁ ଦେଖି ହାତ ହଲାଇଥିଲେ । ଏହା ପରେ ଦୀପିକା ନିଜ ଗାଡିକୁ ଅଟକାଇ ଦେଇଥିଲେ । ଦୁହେଁ ଖୁସି ହୋଇ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହାପରେ ଦୁହେଁ ସାଙ୍ଗ ହୋଇ ଟର୍ମିନାଲ ଭିତରକୁ ଯାଇଥିଲେ । ରଣବୀର କପୁର ଏହି ଦିନ ଗୁଡିକରେ ଫାଶନ ଓ ଲାଇଫଷ୍ଟାଇଲ ବ୍ରାଣ୍ଡ କୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ସେ ଏହି ବ୍ରାଣ୍ଡର ଲଞ୍ଚ ଇଭେଣ୍ଟ ପାଇଁ ଦିଲ୍ଲୀ ପହଞ୍ଚିଥିଲେ।

Ranbir Kapoor, Deepika Padukone Return From Delhi Together; Fans Melt Over  Their Airport Hug | Bollywood News - News18ଦୀପିକା ଓ ରଣବୀରଙ୍କ ପ୍ରେମ କାହାଣୀ ବଲିଉଡର ସବୁଠାରୁ ଚର୍ଚ୍ଚିତ କାହାଣୀ ମଧ୍ୟରୁ ଗୋଟିଏ। ଦୁହେଁ ପ୍ରାୟ ୨ ବର୍ଷ ଧରି ରିଲେସନରେ ଥିଲେ । ସେମାନେ ୨୦୧୦ ରେ ପରସ୍ପର ଠାରୁ ଅଲଗା ହୋଇଥିଲେ । ଏହାପରେ ମଧ୍ୟ ସେମାନେ ପ୍ରଫେସନାଲ କ୍ଷେତ୍ରରେ ପରସ୍ପର ସହ ସମ୍ପର୍କ ବଜାୟ ରଖିଥିଲେ । ୟେ ଜୱାନୀ ହେ ଦିୱାନୀ, ତାମସା ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିଲେ। ରଣବୀର ପରବର୍ତ୍ତୀ ସମୟରେ ଆଲିଆ ଭଟ୍ଟ ଏବଂ ଭିକି କୌଶଲଙ୍କ ସହିତ ସଞ୍ଜୟ ଲୀଲା ବଂଶାଲୀଙ୍କ ଲଭ ଏଣ୍ଡ ୱାର ରେ ନଜର ଆସିବେ । ଦୀପିକା ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ଏଟଲିଙ୍କ ଫିଲ୍ମ ରେ ନଜର ଆସିବେ। ଏହା ସହ ଦୀପିକା ପାଦୁକୋନ ଶାହାରୁଖ,ସୁହାନା,ଏବଂ ଅଭିଷେକଙ୍କ ସହିତ ସିଦ୍ଧାର୍ଥ ଆନନ୍ଦଙ୍କ ସହିତ କିଙ୍ଗରେ ନଜର ଆସିବେ ।