LIVE TV

୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା ଦୀପକ, ପୂର୍ବରୁ ପ୍ରଥମ ପତ୍ନୀଙ୍କୁ ମଧ୍ୟ କରିଥିଲା ହତ୍ୟା

NEWS7
Assembly

ଭୁବନେଶ୍ବର ୨୪।୯: ବିଜେଡ଼ି ଦେଇଥିବା "ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରାଙ୍କୁ ହତ୍ୟା, ଅପରାଧ ରାଜଧାନୀରେ ଶବ ଜବତ ହେଲା ଘଟଗାଁରେ" ଶୀର୍ଷକ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେଡି । ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡକୁ ନେଇ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖି ବଡ଼ ଖୁଲସା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ମନ୍ତ୍ରୀ କହିଛନ୍ତି, ୨୦୧୮ ମସିହାରେ ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୨୨ ମସିହାରେ ଇନସ୍ୟୁରାନ୍ସ ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କ ହତ୍ୟାକୁ କରିଥିଲା ଦୀପକ ରାଉତ । ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡିଥିଲା । ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ହୋଇଥିଲା ଏବଂ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ୨୦୨୫ ମସିହା ସେପ୍ଟେମ୍ବର ୬ ତାରିଖରେ ଶୁଭମିତ୍ରାଙ୍କୁ ଜଘନ୍ୟ ଭାବେ ହତ୍ୟା କରିଥିଲା ଦୀପକ ରାଉତ । ଶୁଭମିତ୍ରା ରୀତି ଅନୁସାରେ ବିବାହ ପାଇଁ ଅଭିଯୁକ୍ତକୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏଥିରେ ସେ ରାଜି ନହୋଇ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲେ । ପୋଲିସ ମାତ୍ର ୧୦ ଦିନ ଭିତରେ ଗତ ୧୭ ତାରିଖରେ ଶୁଭମିତ୍ରା ସାହୁଙ୍କ ହତ୍ୟାକାରୀ ଦୀପକ ରାଉତକୁ ଧରିଥିଲା । ଦୀପକ ରାଉତ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି । ଅଭିଯୁକ୍ତ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିବା ସହ ଶବ ମିଳିଥିଲା । ଶୁଭମିତ୍ରା ସାହୁଙ୍କ ହତ୍ୟାକାରୀ ଦୀପକ ରାଉତ ଜଣେ ପୋଲିସ କନେଷ୍ଟବଳ ଥିଲେ । ଦୀପକ ରାଉତ ମୁଖ୍ୟ ଆସାମୀ ।

ବିଜେପି ସରକାର ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଦେଖାଇଛି । ତେବେ ଏ ପର୍ଯ୍ୟନ୍ତ ଯେତେ ଘଟଣା ଘଟିଛି, ଦୁଇ ତିନି ଦିନ ଭିତରେ ଆସାମୀଙ୍କୁ ଗିରଫ କରାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।