LIVE TV

ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପଡ଼ିପାରେ ବାତ୍ୟାର ପ୍ରଭାବ, ମନ୍ତ୍ରୀ କହିଲେ- ଯଦି ଦିଗ ପରିବର୍ତ୍ତନ କରେ ତାହେଲେ ଆମେ ପ୍ରସ୍ତୁତ

NEWS7
Cyclone Update

ଭୁବନେଶ୍ବର ୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରବିବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବାତ୍ୟାର ଚିତ୍ର ଲଘୁଚାପ ସୃଷ୍ଟି ଆଗରୁ ଅନୁମାନ ହୋଇଥିଲା ଅବପାତରେ ପରିଣତ ହୋଇଛି ଗୋପାଳପୁର ଠାରୁ ବାତ୍ୟା ୧୦୦୦ କି.ମି. ଦୂରରେ ରହିଛି । ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ ଆଗକୁ ବାତ୍ୟାରେ ପରିଣତ ହେବ ତୀବ୍ରତା ବଢ଼ିବାରେ ଲାଗିଛି ପୂର୍ବ ପ୍ରସ୍ତୁତି ଆଗରୁ କରିସାରିଛୁ । ୨୮୨୯ ଦୁଇ ଦିନ ଅବପାତଜନିତ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ ଦକ୍ଷିଣାଞ୍ଚଳ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି, ଉପକୂଳ ଜିଲ୍ଲା ପୁରୀ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ

ଯଦି ଲଘୁଚାପ ଜନିତ ବାତ୍ୟା ଦିଗ ପରିବର୍ତ୍ତନ କରେ, ତେବେ IMDର ପୂର୍ବ ଅନୁମାନ ଅନୁଯାୟୀ ଆମେ ପ୍ରସ୍ତୁତ ଅଛୁ । ଦିଗ ପରିବର୍ତ୍ତନ ହେଲେ ୩୦ ଜିଲ୍ଲା ପାଇଁ ଆମେ ପ୍ରସ୍ତୁତ ରହିଛୁ । ପ୍ରଭାବିତ ଆଶଙ୍କା ଥିବା ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ସରିଛି ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରସ୍ତୁତ ରହିବା ପାଇଁ ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ବିଭାଗ ଆଗୁଆ ପ୍ରସ୍ତୁତ ପାଇଁ କୁହାଯାଇଛି

ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ରବିବାର ନିଷ୍ପତ୍ତି ହେବ । ଶନିବାର ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ ଅଧିକାରୀଙ୍କ ଛୁଟି ବାତିଲ ନେଇ ରବିବାର ନିଷ୍ପତି ହେବ । ଛୁଟି ହେବ କି ନାହିଁ କାଲି ନିଷ୍ପତି । ରବିବାର ପୁଣି ଜିଲ୍ଲାପାଳଙ୍କ ସହ ବୈଠକ

ବିପର୍ଯୟ ପ୍ରକୋପ ଯାହା ବି ହେଉ ସରକାର ପ୍ରସ୍ତୁତ ଅତୀତର ପ୍ରସ୍ତୁତିକୁ ଆଖି ଆଗରେ ରଖି ନିଖୁଣ ପ୍ରସ୍ତୁତି କରାଯାଇଛି ଲୋକେ ବିଚଳିତ ହୁଅନ୍ତୁ ନାହିଁ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଫେରିବା ପାଇଁ ନିର୍ଦ୍ଦେରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳୀ, ରିଲିଫ ସେଣ୍ଟର, ପଲିଥିନ, ସ୍ୱାସ୍ଥ୍ୟ ବିଭାଗ ସବୁକୁ ପ୍ରସ୍ତୁତ କରାଯାଇଛି ଯେତେଦିନ ପାଣି ରହିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ମୂଳ ଲକ୍ଷ୍ୟ ଜୀବନ ରକ୍ଷା ଲୋକଙ୍କ ରକ୍ଷା କବଚ ହେବେ ସରକାର । ଭୂସ୍ଖଳଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେସେହି ସ୍ଥାନରେ ପ୍ରତିଶୋଧ ବ୍ୟବସ୍ଥା କରନ୍ତୁ ରାସ୍ତା ଉପରେ ପାଣି ଗଲେ ଉଭୟ ପଟ ରାସ୍ତା ବନ୍ଦ କରାଯିବ ସେହିଠାରେ ଯାତ୍ରୀଙ୍କୁ ଖାଦ୍ୟର ବ୍ୟବସ୍ଥା କରାଯିବ ଦକ୍ଷିଣ ଆନ୍ଧ୍‌ରରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇଛି ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ

​​​​​​​