LIVE TV

ନବରାତ୍ରୀ ପୂଜାର ଚତୁର୍ଥ ଦିବସ : କଟକର ବିଭିନ୍ନ ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

NEWS7
Cuttack

କଟକ ୨୫।୯: ନବରାତ୍ରୀ ପୂଜାର ଚତୁର୍ଥ ଦିବସରେ କଟକର ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଯେହେତୁ ଗୁରୁବାର ସେଥିପାଇଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ଭିଡ ଜମାଉଛନ୍ତି । କେବଳ କଟକ ନୁହେଁ ଓଡ଼ିଶାର ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସି ମାଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ।

କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ବନ ଦୁର୍ଗା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ଗଡ଼ଚଣ୍ଡୀ ଗଜଲକ୍ଷ୍ମୀ ବେଶ ଓ ମା ଝାଞ୍ଜିର ମଙ୍ଗଳା ଅନ୍ନପୂର୍ଣ୍ଣା ବେରେ ଦର୍ଶନ ଦେଉଛନ୍ତି । ବର୍ଷକୁ ଥରେ ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳୁଛି ।​​​​​​​