News7 Logo

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦେଲା କଂଗ୍ରେସ, ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା

NEWS7
Congress

ଭୁବନେଶ୍ବର ୧୮।୯: କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ । ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ବିଧାନସଭା ବାଚସ୍ପତିଙ୍କୁ ଚିଠି ଦେଇଛନ୍ତି । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଅନାସ୍ଥା ଆଣିଛି । କଂଗ୍ରେସର ଅନାସ୍ଥା ପ୍ରସ୍ତାବରେ ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି ।

ସେପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନାହିଁ । କଂଗ୍ରେସର ଅନାସ୍ଥା ପ୍ରସ୍ତାବ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଆମେ ଆମର ପ୍ରସଙ୍ଗ ଉଠାଇବୁ ଯଦି ସେମାନେ ଆମକୁ ଅନୁରୋଧ କଲେ ଆମେ ବିଚାର କରିବୁ

ଅନ୍ୟପଟେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଅନାସ୍ଥା ଆଣନ୍ତୁ, ଆଣିଲେ କଣ ହେବ । ବିଜେଡି ଓ କଂଗ୍ରେସ ମଧ୍ୟରେ ସିଲଭର୍ ମେଡାଲ ପାଇଁ ଚାଲିଛି ଲଢେଇ । ସେମାନେ ଏଭଳି କରିବେ । ଅନାସ୍ଥାର କୌଣସି ପ୍ରଭାବ ନାହିଁ ବୋଲି ଜୟନାରାୟଣ କହିଛନ୍ତି ।

Congress​​​​​​​