News7 Logo

କମିଶନରେଟ୍ ପୋଲିସ କବ୍‌ଜାରେ ବିହାର ସାଇବର ଠକ, ଅପହରଣ ଅଭିଯୋଗରେ ୫ ଗିରଫ

NEWS7
Arrest

ଭୁବନେଶ୍ବର ୯: ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ଠକେଇ ଭୁବନେଶ୍ୱରର ଗୋଟିଏ ପରିବାର ଆକାଉଣ୍ଟ ଖୋଲିଥିଲେ । ପ୍ରୟାଗରାଜରେ ଭେଟ ହେବା ପରେ ଆକାଉଣ୍ଟକୁ ବିହାରର ସାଇବର ଠକ ମାନଙ୍କୁ ଦେଇଥିଲେ । ୧.୪ ପ୍ରତିଶତରେ ବିହାରର ସାଇବର ଠକଙ୍କୁ ଦେଇଥିଲେ । ସେହି ଆକାଉଣ୍ଟ ଗୁଡିକରେ ଅଧିକ ଠକେଇ ହେବା ପରେ ବ୍ୟାଙ୍କ ମ୍ୟାନେଜର ତାଗିଦ କରିଥିଲେ । ପରେ ଯାହାକୁ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ ତାକୁ ଭୁବନେଶ୍ୱର ଡାକି ଅପହରଣ କରିଥିଲେ ।

ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ସମୀର କୁମାର ଭୁବେଙ୍କ ସମେତ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ପ୍ରତି ଆକାଉଣ୍ଟରେ କୋଟି କୋଟି ଟଙ୍କା ସାଇବର ଠକେଇ ହୋଇଥିବା ତଦନ୍ତରୁ ଜଣାପଡିଛି । ଆଉ କେଉଁ କେଉଁ ରାଜ୍ୟର ଲୋକ ମାନଙ୍କୁ ଏମାନେ ଠକେଇ କରିଛନ୍ତି ସେଦିଗକୁ ନେଇ ସାଇବର ଥାନା ପୋଲିସ ଖୋଳତାଡ଼ କରୁଛି । ରାଜ୍ୟ ବାହାର ପୋଲିସ ସହ କମିନରେଟ୍ ପୋଲିସ ଯୋଗାଯୋଗ କରିଛି । ଆବଶ୍ୟକ ପଡିଲେ ସାଇବର ଠକ ମାନଙ୍କୁ ରିମାଣ୍ଡରେ ଆଣିପାରେ କମିନରେଟ୍ ପୋଲିସ । ଓଡ଼ିଶାରେ ଏମାନଙ୍କ ଦ୍ୱାରା ଯେଉଁମାନେ ଠକେଇର ଶିକାର ହୋଇଛନ୍ତି କମିନରେଟ୍ ପୋଲିସରେ ଏତଲା ଦେବାକୁ ଅପିଲ କଲେ ଭୁବନେଶ୍ୱର ଡିସିପି । ଅଭିଯୁକ୍ତ ମାନଙ୍କ ନିକଟରୁ ମୋବାଇଲ, ଛୁରୀ, ୩ଟି ଆକାଉଣ୍ଟ ଜବତ କରିଛି ଚନ୍ଦକା ଥାନା ପୋଲିସ