​​​​​​​କନ୍ଧମାଳ: ଶୋଇଥିବାବେଳେ କିଛି ଛାତ୍ରଙ୍କ ଆଖିରେ ଅଠା ପକାଇଦେଲେ ସହପାଠୀ। ଏଥିରେ ୮ ଛାତ୍ର ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଏହି ଛାତ୍ରମାନେ ଏବେ ଠିକ୍ ଭାବରେ ଆଖି ଖୋଲିପାରୁନଥିବା ଜଣାପଡ଼ିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତ ସଲଗୁଡ଼ା ସେବାଶ୍ରମ ସ୍କୁଲରେ।

ସୂଚନା ଅନୁଯାୟୀ, ଗୁରୁବାର ସ୍କୁଲର ହଷ୍ଟେଲରେ ରହୁଥିବା ପଞ୍ଚମ ଓ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ଆଖିରେ ଅଠା ପକାଇଦେଇଛନ୍ତି କିଛି ସହପାଠୀ ଛାତ୍ର । ରାତିରେ ଖାଦ୍ୟ ଖାଇସାରି ଶୋଇଥିବାବେଳେ ଏଭଳି କରିଥିଲେ ଛାତ୍ର।

ଆହତ ଛାତ୍ରମାନେ ହେଲେ ଶଶାଙ୍କ କହଁର,ଆରତ ମଲ୍ଲିକ,ଆୟୁଷ କହଁର, ହାଡ଼ିବନ୍ଧୁ ମଲ୍ଲିକ, ଅନୁଭବ କହଁର, ସମୀର କହଁର, ସମ୍ବିତ କହଁର ଓ ସମୀର କହଁର ତେବେ ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛପଦା ମେଡ଼ିକାଲରେ ଭର୍ତ୍ତି ହୋଇଥିଲେସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ  ଥିବାବେଳେ ଜଣ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସାମାନ୍ୟ ରହିଥିବା ଡାକ୍ତର କହିଛନ୍ତି l ସ୍ଥାନୀୟ ସରପଞ୍ଚ ରୋହିତ କହଁର ଅଭିଯୋଗ କରିଛନ୍ତି ଯେ, ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ରହୁନାହାନ୍ତି l ଶିକ୍ଷକମାନେ ପାଳିକରି ଆସୁଛନ୍ତି ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡିଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାଁନ୍ତି। ଫଳରେ ଏପରି ଅଭାବନୀୟ ଘଟଣା ଘଟିଛି ଘଟଣାସ୍ଥଳରେ ଜିଲ୍ଲା ମଙ୍ଗଳ ଅଧିକାରୀ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ପହଁଞ୍ଚି ଛାତ୍ରଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି