LIVE TV

ମହାନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ୍ ଜାରି

NEWS7
Missing

ଆଠଗଡ଼ ୩୦।୯: ମହାନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ । ଗାଧୋଇବାକୁ ଯାଇ ମହାନଦୀରେ ନିଖୋଜ ହେଲେ ଛାତ୍ର । ନିଖୋଜ ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ କାଇପୁଡ଼ିଆ ଗ୍ରାମର ଅନୁଷ ଓଝା । ତାଙ୍କ ବୟସ ୧୪ ବର୍ଷ ବୋଲି ଜଣାପଡିଛି । ଆଠଗଡ଼ ଅଗ୍ନିଶମ ବାହିନୀ ପକ୍ଷରୁ ମହାନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି ।